www.samajalive.in
Saturday, December 6, 2025
23.1 C
Bhubaneswar

ଏପ୍ରିଲ ମାସରେ ସୁନା ଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ: ହଠାତ୍‌‌ ମିଳିବ ଧନ..

ଏପ୍ରିଲରେ ଗୁରୁ ଗ୍ରହ ରାଶି ପରିବର୍ତ୍ତନ କରିବା ସହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ। ଏହାସହ ଏପ୍ରିଲ ମାସରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ମଧ୍ୟ ହେବ। ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ। ମାତ୍ର ୪ଟି ରାଶିର ଏପ୍ରିଲ ମାସରେ ଭାଗ୍ୟ ସୁନାଭଳି ଚମକିବ।

ଏପ୍ରିଲ ୮ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ହେବାକୁ ଯାଉଛି। ସୂର୍ଯ୍ୟପରାଗ ମୀନ ଓ ରେବତୀ ନକ୍ଷତ୍ରରେ ହେବାକୁ ଯାଉଛି। ସେହିପରି ୨୨ ଏପ୍ରିଲରେ ଗୁରୁ ଗ୍ରହ ରାଶି ପରିବର୍ତ୍ତନ କରି ବୃଷ ରାଶିରେ ପ୍ରବେଶ କରିବେ। ଏହାର ପ୍ରଭାବରୁ ୪ ରାଶିଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ।

- Advertisement -

ବୃଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଖୁବ୍‌‌ ଉନ୍ନତି ମିଳିବ। ସମ୍ପତ୍ତିରୁ ଲାଭ ମିଳିବ। ହଠାତ୍‌‌ ଧନ ପ୍ରାପ୍ତି ହେବ। ଟଙ୍କା ପଇସା ବୃଦ୍ଧି ହେବ। ନୂତନ ଚାକିରିର ସୁଯୋଗ ମଧ୍ୟ ମିଳିବ।

ସିଂହ- କର୍ମକ୍ଷେତ୍ରରେ ଉନ୍ନତି ହେବ। ଚାକିରିରେ ପଦନ୍ନୋତି ସହ ଟଙ୍କା ବୃଦ୍ଧି ହେବ। ବ୍ୟବସାୟରେ ମଧ୍ୟ ଉନ୍ନତି ହେବ। ରୋଗରୁ ମୁକ୍ତି ମିଳିବ। ପରିବାର ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ପରିବାରରେ ହସଖୁସି ବୃଦ୍ଧି ପାଇବ।

ଧନୁ – ବ୍ୟବସାୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ଅଧିକ ଉନ୍ନତି ହେବ। ବାଦବିବାଦ ଦୂର ହେବ। ଘରେ ଶାନ୍ତି ଓ ଖୁସିର ବାତାବରଣ ରହିବ। ଶୁଭ ଖବର ମିଳିବ।

ମକର – ଏହି ରାଶିର ବ୍ୟକ୍ତି ବିଶେଷଙ୍କ କର୍ମକ୍ଷେତ୍ର ଓ ବ୍ୟବସାୟରେ ନୂଆ ଆରମ୍ଭ ହେବ। ଅଟକି ଥିବା ଧନ ପ୍ରାପ୍ତି ହେବ। ଟଙ୍କାପଇସା ବୃଦ୍ଧି ହେବ। ପିତାମାତାଙ୍କ ସହଯୋଗ ମିଳିବ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories