ଜେଲ ଗଲେ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଢିଲା ଅଡୁଆ। ରିମାଣ୍ଡ ଅବଧି ଶେଷ ପରେ ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟରେ ହାଜର କରିଥିଲା ଇଡି। ୧୫ ଏପ୍ରିଲ ପର୍ଯ୍ୟନ୍ତ ଜେଲରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୫ ତାରିଖରେ ନ୍ୟାୟିକ ହେପାଜତରେ ରହିବେ କେଜ୍ରିୱାଲ। କେଜ୍ରିୱାଲଙ୍କୁ ତିହାର ଜେଲରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି। କୋର୍ଟରେ ହାଜର କରାଯିବା ସମୟରେ କେଜ୍ରିୱାଲ ଗଣମାଧ୍ୟମକୁ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି ଠିକ୍ କରୁନାହାଁନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ କରାଯାଇଥିଲା।
Comments are closed.