www.samajalive.in
Tuesday, December 9, 2025
26.1 C
Bhubaneswar

ଦେଶୀ ଖାଦ୍ୟର ମଜା ଚଖାଉଛି ‘ବେଲନ-ରୋଟି’

ଭୁବନେଶ୍ଵର: ଦେଶରେ ବର୍ତ୍ତମାନ ଫୁଡ୍‌ ଷ୍ଟାର୍ଟଅପ୍ସ ବଢ଼ିବାରେ ଲାଗିଛି। ଏହି ଷ୍ଟାର୍ଟଅପ୍‌ଗୁଡ଼ିକ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀରେ ନୂଆ ଟ୍ବିଷ୍ଟ ଆଣିବା ସହିତ ଉପଭୋକ୍ତାମାନଙ୍କୁ ନୂତନ ଭେରାଇଟିର ଖାଦ୍ୟ ପରସୁଛନ୍ତି। ଖାଉଟିମାନଙ୍କର ଭଲ ରେସ୍‌ପନ୍ସ ବି ମିଳୁଛି। ଖାଦ୍ୟରେ ଏଭଳି କିଛି ନୂଆ ଏକ୍ସପେରିମେଣ୍ଟ କରୁଛି ଷ୍ଟାର୍ଟଅପ୍‌ ‘ବେଲନ-ରୋଟି’। ଭୁବନେଶ୍ଵର ସ୍ମାର୍ଟସିଟିରେ ଓଡ଼ିଆ ଖାଦ୍ୟ ରୁଟି, ଡାଲମା, ଭାତ, ପଖାଳ, ପଣସକଠା ତରକାରୀ, ପିଠା ସହିତ ଲୋକେ ଯଦି ପରଟା, ତରକାରୀ, ପୁରୀ, ଢୋକଲା, ଉପମା, ଲଚ୍ଛା ପରଟା, କୁଲଚା ମାଗିବେ, ତେବେ ଏହା ଖାଦ୍ୟାଭ୍ୟାସ ପରିବର୍ତ୍ତନର ସଙ୍କେତ ଦେଉଥିବା ବୁଝିବାକୁ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଆ ଖାଦ୍ୟ ସହିତ ଦେଶୀ ଖାଦ୍ୟର ମଜା ଚଖାଉଛି ‘ବେଲନ-ରୋଟି’।

ମଧୁସୂଦନନଗରରେ ଏକ ଛୋଟିଆ ସ୍ଥାନରେ ଏହି ଷ୍ଟାର୍ଟଅପ୍‌ ଆରମ୍ଭ କରିଛନ୍ତି ଏମବିଏ ଛାତ୍ରୀ ରାଜଲକ୍ଷ୍ମୀ ସାହୁ। ଆଉ ଏଥିରେ ତାଙ୍କୁ ସହାୟତା କରୁଛନ୍ତି ପିଏଚଡି ଡିଗ୍ରୀଧାରୀ ଯୋଗ ପ୍ରଶିକ୍ଷକ ଶୁଭଶ୍ରୀ ଦିକ୍ଷିତ ଏବଂ ଅନ୍ୟ ଜଣେ ଯୁବତୀ ପିଙ୍କି ନାୟକ। ଲୋକଙ୍କ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସେମାନେ ଏହି ଷ୍ଟାର୍ଟଅପ୍‌ ଆରମ୍ଭ କରିଛନ୍ତି, ଯେଉଁଠି ଉଭୟ ଓଡ଼ିଆ ଏବଂ ଅଣଓଡ଼ିଆ ଖାଦ୍ୟର ଆନନ୍ଦ ମିଳିପାରୁଛି। ରାଜଲକ୍ଷ୍ମୀ କୁହନ୍ତି, ସାଧାରଣତଃ ଛତିଶଗଡ଼, ଝାଡ଼ଖଣ୍ଡ ସୀମାବର୍ତ୍ତୀ ଓଡ଼ିଶାର ଅଞ୍ଚଳ ଏବଂ ବିଶେଷକରି ପଶ୍ଚିମ ଓଡ଼ିଶାରେ ଦେଶୀ ଖାଦ୍ୟର ମଜା ମିଳିଥାଏ। କିନ୍ତୁ ଯଦି ତାହା ଉପକୂଳ ଜିଲାଗୁଡ଼ିକରେ ଆଦୃତ ହୁଏ, ତେବେ ଏହା ନିଶ୍ଚିତ ଯେ ଲୋକଙ୍କ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ଆସିଛି।

- Advertisement -
Image Courtesy: hindi.samajalive.in

ସେ କହିଛନ୍ତି, ସକାଳ ଜଳଖିଆରେ ରୁଟି, ପରଟା, ଉପମା, ସିମେଇ, ଡାଲମା, ବୁଟ ତରକାରୀ, ପୁରୀ ମସଲା, ଚୂଡ଼ା ଉପମା, ଚକୁଳି, ଉତ୍ତପମ୍‌, ଆଳୁ ଦମ, ସୋଲା ବୁଟ ତରକାରୀ ଆଦି ଉପଲବ୍ଧ ହୋଇଥାଏ। ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହା ମିଳିଥାଏ। ଏଠାରେ ସ୍ବଚ୍ଛତାକୁ ଅଧିକ ଗୁରୁତ୍ଵ ଦିଆଯାଏ। ଡାଇବେଟିସରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥାଏ। ଖାଦ୍ୟରେ ସେମାନଙ୍କୁ ଆଳୁ ଦିଆଯାଇ ନ ଥାଏ। ଆଗକୁ ଧୀରେ ଧୀରେ ଅନ୍ୟ ଦେଶୀ ଖାଦ୍ୟ ଲୋକଙ୍କୁ ପରସିଦେବାକୁ ସେ ଯୋଜନା କରିଥିବା କୁହନ୍ତି। ସେ ଆହୁରି କହିଛନ୍ତି, କମ୍‌ ଖର୍ଚ୍ଚରେ ସେ ଏହି ଷ୍ଟାର୍ଟଅପ୍‌ କରିଛନ୍ତି। ଏହାକୁ ସେ ଆହୁରି ଆଗକୁ ନେବାର ଲକ୍ଷ୍ୟ ରଖିଛନ୍ତି। ଗ୍ରାହକଙ୍କ ରେସ୍‌ପନ୍ସ ଭଲ ରହିଛି। ଗ୍ରାହକଙ୍କ ସନ୍ତୁଷ୍ଟିକୁ ପ୍ରାଧାନ୍ୟ ଦିଆଯାଉଛି। ସକାଳ ଜଳଖିଆ ପାଇଁ ସର୍ବନିମ୍ନ ମୂଲ୍ୟ ୨୦ ଟଙ୍କା ରଖାଯାଇଛି।

ଏଠାରେ ଖାଦ୍ୟ ଖାଉଥିବା ରମେଶ ମହାନ୍ତି ନାମକ ବ୍ୟକ୍ତି କୁହନ୍ତି, ଏଠାକାର ଖାଦ୍ୟର ସ୍ବାଦ ଅତ୍ୟନ୍ତ ଉତ୍ତମ। ମୁଁ ନିୟମିତ ଏଠାକୁ ଆସିଥାଏ। ସତ୍ୟବ୍ରତ ନାମକ ଅନ୍ୟ ଜ​‌ଣେ ବ୍ୟକ୍ତି କୁହନ୍ତି, ସେ ଘରେ ଆଉ ସକାଳ ଜଳଖିଆ କରୁନାହାନ୍ତି। ଏଠାକୁ ଚାଲିଆସୁଛନ୍ତି। ମନୋଜ ଜେନା, ବାସୁଦେବ ଭଟ୍ଟଙ୍କ ଭଳି ଅନେକ ଲୋକ ପ୍ରାୟ ନିୟମିତ ଏଠାକୁ ଆସୁଛନ୍ତି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories