www.samajalive.in
Sunday, December 14, 2025
17.1 C
Bhubaneswar

ବଙ୍ଗୋପ ସାଗରରୁ ଚିହ୍ନଟ ହେଲା ନୂତନ ପ୍ରଜାତିର ମାଛ

ଗୋପାଳପୁର – ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର (ଜେଡ ଏସ ଆଇ) ଏବଂ ନ୍ୟାସନେଲ ବ୍ୟୁରୋ ଅଫ ଫିସ ଜେନେଟିକ ରିସୋରସେସ (ଏନ୍ ବି ଏଫ୍ ଜି ଆର୍ ) ମିଳିତ ସହଯୋଗରେ ଭାରତର ଦକ୍ଷିଣ-ପୂର୍ବ ଉପକୂଳରୁ ନୂତନ ମାଛ ଆବିଷ୍କାର କରାଯାଇଛି । ଏହି ମାଛର ନାମ ଓପିକଥସ୍ । ଏହା ଏକ ନୂତନ ଇଲ୍ ପ୍ରଜାତିର ମାଛ ।

ନ୍ୟାସନେଲ ବ୍ୟୁରୋ ଅଫ ଫିସ ଜେନେଟିକ ରିସୋର୍ସେସ (ଏନ୍ ବି ଏଫ୍ ଜି ଆର୍ ) ସହ ବୁଝାମଣା ପତ୍ର ସମ୍ପାଦନ ହେବା ପରେ ଏହି ନୂତନ ମାଛର ଆବିଷ୍କାର ପ୍ରଥମ ମିଳିତ ଗବେଷଣାରୁ ଚିହ୍ନଟ ହୋଇଛି ବୋଲି ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରର ନିର୍ଦେଶକ ଡ଼କ୍ଟର ଧ୍ରୀତି ବାନାର୍ଜୀ କହିଛନ୍ତି l ଏହି ନୂତନ ମାଛ ର ନାମ ଓପିକଥସ୍ ନାଭିଅସ ନାମ ରେ ନାମିତ କରାଯାଇଛି ବୋଲି ବୈଜ୍ଞାନିକ ଡ଼ ଅନିଲ ମହାପାତ୍ର କହିଛନ୍ତି। ଏହି ମାଛ ର ଉପର ପାର୍ଶ୍ୱ ରେ ବହୁତ ଗୁଡିଏ କଳା ଦାଗ ରହିଥିବା ରୁ ଲାଟିନ ଭାଷା ରେ ଏହି ଦାଗକୁ ନାଇଭିୟୁସ କୁହାଯାଏ।

- Advertisement -

ଏହାର ଉପର ପାର୍ଶ୍ୱ ବହୁ କଳା ଦାଗ ରହିଛି | ତଳ ଶରୀର ଫିକା ହଳଦିଆ ସବୁଜl ଏହାର ମେରୁଦଣ୍ଡ ସଂଖ୍ୟା ୧୨–୧୪ / ୫୨–୫୩ / ୧୩୪–୧୩୮ ରହିଛି। ଏହି ମାଛ ର ମଧ୍ୟ ଡି ଏନ୍ ଏ ପରୀକ୍ଷା (ଏନ୍ ବି ଏଫ୍ ଜି ଆର୍ ) ରେ କରାଯାଇଥିଲା l ମାଛ ର ଗବେଷଣା ରେ ମିଳିତ ଭାବେ ପରମସିବମ୍ କୋଡେଶ୍ୱରନ୍, ଡଃ ଆୟାଥୁରାଇ କାଥିରଭେଲପାଣ୍ଡିଆନ୍, ବୈଜ୍ଞାନିକ ଡଃ ଅନିଲ ମହାପାତ୍ର,ବୈଜ୍ଞାନିକ ଥିପ୍ରାମାଲାଇ ଥାଙ୍ଗାପ୍ପାନ ପିଲାଇ ଅଜିତ କୁମାର ଏବଂ ବୈଜ୍ଞାନିକ ଡଃ ଉତ୍ତମ କୁମାର ସରକାର ମିଳିତ ଭାବେ କାମ କରିଥିଲେ l ଏହି ମାଛ କୁ ବଙ୍ଗୋପସାଗର ଦକ୍ଷିଣ ପୂର୍ବ ଉପକୂଳ, କୁଡାଲୋର ଉପକୂଳରୁ ମୁଦାସାଲୋଡାଇ ମାଛ ଅବତରଣ କେନ୍ଦ୍ରରୁ ପାଞ୍ଚଟି ନମୁନା ଗବେଷକ ପି. କୋଡ଼େଶ୍ୱରନ ଙ୍କ ଦ୍ୱାରା ୨୦୨୨ ମସିହା ରେ ସଂଗ୍ରହ କରା ଯାଇଥିଲା l ଏହି ନୂତନ ମାଛ ର ସବିବିଶେଷ ବିବରଣୀ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପତ୍ରିକା ଜର୍ଣ୍ଣାଲ ଅଫ ଫିସ ବାୟୋଲୋଜି ରେ ପ୍ରକାଶ ପାଇଛି l ଏହି ମାଛ ର ଅଧିକ ତଥ୍ୟ ସଂଗ୍ରହ କରାଯାଉଥିବା ନେଇ ଜେଡ୍‌ ଏସ ଆଇ ର ବୈଜ୍ଞାନିକ ଡଃ ଅନିଲ ମହାପାତ୍ର ସୂଚନା ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories