ଋଷି ସୁନକ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନ୍ ପାଇଲା ନୂଆ ପ୍ରଧାନମନ୍ତ୍ରୀ । ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚତ ହୋଇଛନ୍ତି । ଋଷି ସୁନକଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ଦୌଡ଼ରୁ ପେନି ମୋରଡେଣ୍ଟ ଓହରିବା ପରେ ଋଷିଙ୍କ ନାଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଘୋଷଣା ହୋଇଛି । ସବୁଠରୁ ବଡ଼ କଥା ହେଉଛି ଭାରତୀୟ ବଂଶୋଦ୍ଭବ ହେଉଛନ୍ତି ଋଷି ସୁନକ । ବ୍ରିଟେନରେ ଭାରତୀୟ ବଂଶୋଦ୍ଭବ ଭାବେ ଋଷି ସୁନକ ପ୍ରଥମ ପ୍ରଧାନମନ୍ତ୍ରୀ ହେବେ । ଏହା ପୂର୍ବରୁ ସୁନକ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ।

ପୂର୍ବରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଦୌଡ଼ରୁ ଓହରି ଯାଇଥିଲେ । ସେବେଠାରୁ ସୁନାକଙ୍କ ନାମ ପ୍ରାୟ ସ୍ଥିର ହୋଇଯାଇଥିଲା । ଶେଷ ମୁହୂର୍ତ୍ତରେ ହାଉସ ଅଫ୍ କମନ୍ସର ନେତା ପେନି ମୋରଡେଣ୍ଟ ମଧ୍ୟ ପ୍ରତ୍ୟାହାର କରିଥିଲେ । ଫଳରେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକଙ୍କ ନାଁ ଘୋଷଣା କରାଯାଇଛି ।

prayash

ସୂଚନା ଥାଉ କି, ଗତକାଲି ସୁନକ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ଦୌଡରେ ସାମିଲ ହୋଇଛନ୍ତି । ଏହା ସହିତ ତାଙ୍କ ସପକ୍ଷରେ ଶାସକ କଞ୍ଜରଭେଟିଭ୍ ପାର୍ଟିର ୧୦୦ ସାଂସଦଙ୍କ ସମର୍ଥନ ରହିଛି। ଗତ ସପ୍ତାହରେ ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେପ୍ଟେମ୍ବରରେ ହୋଇଥିବା ପ୍ରଧାନମନ୍ତ୍ରୀ ପଦ ନିର୍ବାଚନରେ ମଧ୍ୟ ଋଷି ସୁନକ ସାମିଲ ହୋଇଥିଲେ । ନିର୍ବାଚନର ଚୂଡାନ୍ତ ପର୍ଯ୍ୟାୟକୁ ସୁନକ ଯାଇଥିଲେ । ମାତ୍ର ଶେଷରେ ସେ ଲିଜ୍ ଟ୍ରସଙ୍କ ଠାରୁ ପରାସ୍ତ ହୋଇଥିଲେ।

ସେପ୍ଟେମ୍ବର ୫ରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ଲିଜ୍ ୮୧,୩୨୬ଟି ଭୋଟ ପାଇଥିବା ବେଳେ ସୁନକ ୬୦,୩୯୯ଟି ଭୋଟ ପାଇଥିଲେ । ଗତ ମେ ମାସରେ ସୁନକ ଘୋଷଣା କରିଥିବା ସମ୍ପତ୍ତି ତାଲିକା ଅନୁଯାୟୀ ସେ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ପାଖରେ ୭୩୦ ନିୟୁତ ଡଲାରର ସମ୍ପତ୍ତି ରହିଛି । ଏହାଦ୍ବାରା ସେ ବ୍ରିଟେନର ୨୨ତମ ଧନୀ ବିବେଚିତ ହୋଇଥିଲେ। ସନକଙ୍କ ବ୍ୟତୀତ ପେନ୍ନି ମୋରଡାଣ୍ଟ ପ୍ରାର୍ଥୀ ହୋଇଥିଲେ ।

kalyan agarbati

Comments are closed.