ମୁମ୍ବଇ : ଅରବାଜ୍ ଖାନ୍ ପ୍ରଯୋଜିତ ଓ ସୁଲତାନ୍ ସଲମାନ୍ ଖାନ୍ ଅଭିନୀତ ଦବଙ୍ଗ ଚଳଚ୍ଚିତ୍ରର ତୃତୀୟ ଭାଗର କାମ ଜୋର୍ସୋର୍ରେ ଚାଲିଛି। ମୁଖ୍ୟ ଭୂମିକାରେ ସଲମାନ୍, ସୋନାକ୍ଷୀ ସିହ୍ନା ଓ ଅରବାଜ୍ ଖାନ୍ ଦେଖାଦେବେ। ବଲିଉରେ ନୂଆ କଳାକାରଙ୍କ ସୁଯୋଗ ଦେଉଥିବା ସଲମାନ୍ ଏଇ ଚଳଚ୍ଚିତ୍ରରେ ମଧ୍ୟ ଜଣେ ନବାଗତାଙ୍କୁ ପ୍ରଶଂସକଙ୍କ ସମ୍ମୁଖକୁ ଆଣୁଛନ୍ତି। ସେ ହେଲେ ସଲମାନ୍ଙ୍କ ଘନିଷ୍ଠ ବନ୍ଧୁ ମହେଶ ମଞ୍ଜରେକର୍ଙ୍କ ସାନ ଝିଅ ସଇ ମଞ୍ଜରେକର୍। ପ୍ରାରମ୍ଭିକ ପର୍ୟ୍ୟାୟରେ ମହେଶଙ୍କ ବଡ଼ ଝିଅ ସେଇ ଭୂମିକା ପାଇଁ ଅଡିସନ୍ ଦେଇଥିଲେ। ସଲମାନ୍ କିନ୍ତୁ ବହୁ ଭାବିବା ପରେ ତାଙ୍କ ସାନ ଝିଅକୁ ଏଇ ସୁଯୋଗ ଦେଇଥିଲେ। ସଇ ଏଥିରେ ଅତିଥି କଳାକାର ଭୂମିକାରେ ଦେଖାଦେବେ ଓ ସଲମାନ୍ଙ୍କ ସହ ତାଙ୍କର ଏକ ଗୀତ ଦୃଶ୍ୟର ସୁଟିଂ ମଧ୍ୟ ହୋଇସାରିଛି।
Popular Categories



