www.samajalive.in
Saturday, December 6, 2025
16.1 C
Bhubaneswar

ଶତାୟୁଙ୍କ ସଂଖ୍ୟା ୨୫୩

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଏକବିଂଶ ଶତାବ୍ଦୀରେ ଶତାୟୁଙ୍କ ସଂଖ୍ୟା ବଢ଼ିଚାଲିଛି। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ପଞ୍ଜାବରେ ଏକ ସର୍ବେକ୍ଷଣ ହୋଇଥିଲା। ସେଠାରେ ଲୋକଙ୍କ ଜୀବନଶୈଳୀ ବେଶ୍‍ ଉନ୍ନତ ହେବା ସହ ଖୁସିରେ ସମୟ ଅତିବାହିତ କରୁଥିବାର ଲକ୍ଷ୍ୟ କରାଗଲା। ଗତ ୧୦ ବର୍ଷ ମଧ୍ୟରେ ଏଠାରେ ଜନସଂଖ୍ୟା ୧୭ ପ୍ରତିଶତ ବୃଦ୍ଧି ପାଇଛି। ତେବେ ବିଶେଷତ୍ୱ ଏଠାକାର ଏହା ଯେ, ସହରରେ ଶତାୟୁଙ୍କ ସଂଖ୍ୟା ମୋଟ୍‍ ୨୫୩। ସ୍ଥାନୀୟ ପ୍ରଶାସନ ଏହି ଶତାୟୁଙ୍କର ବିଶେଷ ସୁବିଧା ମଧ୍ୟ ନେଉଥିବାର ପ୍ରକାଶ।

• ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଇକବାଲ୍‍ କୌର ରାନ୍ଧୱା। ୨୨ ଜୁନ୍‍ରେ ସେ ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି। ନିଜର ୪ଟି ପିଲା ଓ ସ୍ୱାମୀଙ୍କୁ ହରାଇ ଏବେ ସେ ବିଗତ ଦିନର ସ୍ମୃତିରେ ଦିନ କାଟୁଛନ୍ତି।
• କାଲକାରେ ରହୁଥିବା ନାୟକ ସ୍ୱରୂପ ସିଂହ ୨୨ଜୁଲାଇରେ ୧୦୬ ବର୍ଷୀୟ ହୋଇଛନ୍ତି। ତାଙ୍କ କହିବାନୁସାରେ, ସେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାଗ ନେଇଥିଲେ।
• ଚଣ୍ଡିଗଡ଼ର ସେକ୍ଟର ୬ ବାସିନ୍ଦା ହେଉଛନ୍ତି ଦଲଜିତ୍‍ ସିଂ ସାନ୍ଧୁ। ଜାନୁଆରୀ ୫ରେ ସେ ୧୦୦ ବର୍ଷରେ ପହଞ୍ଚିଛନ୍ତି। ନିଜକୁ ଫିଟ୍‍ ରଖିବା ନିମନ୍ତେ ସେ ଏବେ ମଧ୍ୟ ୬କିମି ଚାଲୁଛନ୍ତି।
• ମୁଲତାନି ଚାନ୍ଦ ଶର୍ମା ୧୯୭୫ରେ ଅବସର ଗ୍ରହଣ କରିଛନ୍ତି। ଏହି ଶତାୟୁଜଣକ ଏବେ ମଧ୍ୟ ବେଶ୍‍ ସୁସ୍ଥ ଅଛନ୍ତି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories