୩୦ ସୁଦ୍ଧା ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବନ୍ଦ

ନୂଆଦିଲ୍ଲୀ: ଦେଶରେ ଥରେ ବ୍ୟବହାର କରାଯାଇପାରୁଥିବା ପ୍ଲାଷ୍ଟିକ ପ୍ରଚଳନକୁ ସମ୍ପୂର୍ଣ୍ଣ ଭାବରେ ବର୍ଜନ କରିବାକୁ କେନ୍ଦ୍ର ସରକାର ରାଜ୍ୟସମୂହ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ସମ୍ପ୍ରତି ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯାଉଥିବାବେଳେ ସେଥିରେ ଥରେ ବ୍ୟବହାର କରାଯାଇପାରୁଥିବା ପ୍ଲାଷ୍ଟିକ ସହିତ ସମୁଦାୟ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନାକୁ ଅନ୍ୟତମ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।

prayash

ସରକାରୀ ସୂତ୍ରରୁ କୁହାଯାଇଛି ଯେ ଦେଶର ୪୭୦୪ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥା ମଧ୍ୟରୁ ୨୫୯୧ଟି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପରିବେଶ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ଥରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ ବ୍ୟବହାର ନିଷେଧ କରିବାକୁ ବିଜ୍ଞପ୍ତି ଜାରି କରିସାରିଛନ୍ତି। ଅବଶିଷ୍ଟ ୨୧୦୦ରୁ ଅଧିକ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥା ଯେଭଳି ଚଳିତ ବର୍ଷ ଜୁନ୍‍ ୩୦ ସୁଦ୍ଧା ଏଦିଗରେ ବିଜ୍ଞପ୍ତି ପ୍ରକାଶ କରିବେ, ତାହା ସୁନିଶ୍ଚିତ କରିବାକୁ ରାଜ୍ୟସମୂହ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କୁହାଯାଇଛି। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଦେଶକୁ ଥରେ ବ୍ୟବହାର କରାଯାଇପାରୁଥିବା ପ୍ଲାଷ୍ଟିକ (ଏସୟୁପି) ମୁକ୍ତ କରିବା ଦିଗରେ ବିବିଧ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କୁହାଯାଇଛି।

ଏହି କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ପ୍ରକ୍ରିୟାକୁ ବ୍ୟାପକ କରିବା ସହିତ ସମସ୍ତ ନାଗରିକ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ ଏନ୍‍ଜିଓ / ସିଏସଓ, ଏନଏସଏସ ଏବଂ ଏନସିସି କ୍ୟାଡେଟ, ବଜାର ସଂଘ, କର୍ପୋରେଟ ସଂସ୍ଥା ଆଦିଙ୍କୁ ସାମିଲ କରି ବ୍ୟାପକ ଭାବରେ ବୃକ୍ଷଚାରା ରୋପଣ ଅନ୍ତର୍ଭୁକ୍ତ ରହିଛି। ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା (ସଂଶୋଧନ) ନିୟମ, ୨୦୨୧ ଅନୁଯାୟୀ ଶୁଦ୍ଧ ଅଥବା ପୁନଃପ୍ରକ୍ରିୟାକରଣ ପଦ୍ଧତିରେ ପ୍ରସ୍ତୁତ ୭୫ ମାଇକ୍ରନରୁ କମ୍‍ (୦.୦୭୫ ମିଲିମିଟର ମୋଟେଇ) ପ୍ଲାଷ୍ଟିକ ବ୍ୟାଗ୍‍ ଉତ୍ପାଦନ, ଆମଦାନୀ, ମହଜୁଦ, ଆବଣ୍ଟନ, ବିକ୍ରି ଓ ବ୍ୟବହାରକୁ ୨୦୨୧ ସେପ୍ଟେମ୍ବର ୩୦ରୁ ନିଷେଧ କରାଯାଇଛି।

kalyan agarbati

Comments are closed.