www.samajalive.in
Monday, December 15, 2025
24.1 C
Bhubaneswar

ଓଡିଶା ଶିଳ୍ପୀ ମହାସଂଘର ନୂଆ ଶାଖା ଉଦ୍‌ଘାଟିତ

ଭୁବନେଶ୍ବର: ରାଜ୍ୟଶିଳ୍ପୀ ଓ ବୁଣାକାରଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟକରୁ ଥିବା ଓଡିଶା ଶିଳ୍ପୀ ମହାସଂଘର ବାଲିପାଟଣା ନୂଆ ଶାଖା ଆ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଯାଜପୁର ଜିଲାର ସୁଲପୁରବ୍ଳକ ଅନ୍ତର୍ଗତ ବାଲିପାଟଣା ମିଳିତ କଂସାବାସନ କାରିଗରସଂଘର ସଭାଗୃହ ପରିସରରେ ଏକ ଭବ୍ୟ କାରିଗର ସମାରୋହ ଆୟୋଜନ କରାଯାଇଥିଲା। ଏହି ସମାରୋହରେ ସ୍ଥାନୀୟ ଅତଲାପୁର, କୁଳଗାଁ ଓ ସାମନ୍ତରାପୁରର ଦୁଇ ଶହରୁ ଅଧିକ କଂସାବାସନ ଓ ସୁନାରୂପା କାରିଗର ସାମିଲ ହୋଇଥିଲେ। ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ମହାନ୍ତି କାରିଗର ଏକତା ସଂପର୍କରେ ବୁଝାଇ କହିବା ସହ ବୟସ୍କ କାରିଗରଙ୍କୁ ପେନସନ, ବୀମା ଓ କାରିଗର ପରିଷଦ ବୋର୍ଡର ପୁର୍ନଗଠନ ଉପରେ ମହାସଂଘ ଏବେ ଗୁରୁତ୍ୱ ଆରୋପ କରି ଆସୁଛି ବୋଲି ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶିଳ୍ପୀ ମହାସଂଘର ସଂପାଦକ ପ୍ରିୟ ରଂଜନ କର, କୋଷାଧ୍ୟକ୍ଷ ଅଶୋକ କୁମାର ଗୁଇଁ, ସଂଗଠନ ସଂପାଦିକା ସରୋଜିନୀ ଦାସ, ଉପସଭାପତି ମକରଧ୍ୱଜ ଗୁଇଁ ଓ ରାଜ୍ୟ କାର୍ଯ୍ୟକାରୀ ସମିତି ସଦସ୍ୟ ଲକ୍ଷ୍ମୀଧର ଚାନ୍ଦ, ବଟକୃଷ୍ଣ ସାହୁ ଓ ଶ୍ରୀଧର ସାହୁ ଯୋଗ ଦେଇଥିଲେ।

 

- Advertisement -

ବାଲିପାଟଣା ମିଳିତ କଂସାବାସନ କାରିଗର ସଂଘର ସଭାପତି ଲକ୍ଷ୍ମୀଧର ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶର ମଂଚ ପରିଚାଳନା ଶିଳ୍ପୀ ମହାସଂଘର ସଂପାଦକ ପ୍ରିୟରଂଜନ କର କରିଥିଲେ। ଆଗାମୀ ଦିନରେ ବାଲିପାଟଣା ଅଂଚଳର କାମ କରୁଥିବା ଯାତ୍ରାପୋଷାକ, ଟେରାକୋଟା ଓ ବାଉଁଶ କାରିଗରଙ୍କ ଏହି ଶାଖାରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ବାଲିପାଟଣା ଶାଖାର ଉପଦେଷ୍ଟା ଭାବେ ବଟକୃଷ୍ଣ ସାହୁ ଓ ଶ୍ରୀଧର ସାହୁ, ଲକ୍ଷ୍ମୀଧର ମହାରଣା, ନବଘନ ସାହୁ, ଧର୍ମାନନ୍ଦ ସାହୁ, ରଂଗାଧର ସାହୁଙ୍କୁ ମନୋନୀତ କରାଯାଇଥିବାବେଳେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଆତୁଳସାହୁ, ଉପସଭାପତି ଅନାଦୀ ସାହୁ, ସଂପାଦକ ବିପିନ ବିହାରୀ ସାହୁ, ସହସଂପାଦକ କାର୍ତ୍ତିକ ମହାରଣା, କୋଷାଧ୍ୟକ୍ଷ ଭାବେ ବାବନ ସାହୁ ଓ ବଳରାମସାହୁ, କାର୍ଯ୍ୟାକାରୀ କମିଟି ସଦସ୍ୟ ଭାବେ ପ୍ରଭାକର ପୃଷ୍ଟି, ଗଣେଶ୍ୱର ସାହୁ, ଶୁକଦେବ ମହାରଣା, ନିରଂଜନ ମହାରଣା, ନବୀନ ମହାରଣା, ଉମେଶ ସାହୁ, ପ୍ରମୋଦ ସାହୁ, ନାରାୟଣ ସାହୁ, ସୁରସାହୁ, ଅନିରୁଦ୍ଧ ସାହୁ, ନରେନ୍ଦ୍ର ସାହୁ, ନିର୍ମଳ ସାହୁ ଓ ଅଜୟ ସାହୁଙ୍କୁ ମନୋନୀତ କରାଯାଇଛି। ଶେଷରେ ରମାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories