www.samajalive.in
Monday, December 15, 2025
24.1 C
Bhubaneswar

ନେପାଳର ବିବାଦୀୟ ମାନଚିତ୍ର ଗ୍ରହଣ ଆବେଦନ ଜାତିସଂଘରେ ଖାରଜ

ଦେଶର ଭୌଗୋଳିକ ଅବସ୍ଥିତିକୁ ନେଇ ନୂତନ ନକ୍ସା ଜାରି କରିବା ମାମଲାରେ ନେପାଳକୁ ମିଳିଛି ବଡ଼ ଧକ୍କା । ମିଳିତ ଜାତିସଂଘ ନେପାଳର ନୂତନ ବିବାଦୀୟ ମାନଚିତ୍ରକୁ ଗ୍ରହଣ କରାଯିବ ନାହିଁ କିମ୍ବା ଏହାକୁ ସ୍ୱୀକୃତି ପ୍ରଦାନ କରାଯିବ ନାହିଁ ବୋଲି ସ୍ପଷ୍ଟ ଭାବରେ ଜବାବ ଦେଇଛି ।

ଚଳିତ ବର୍ଷ ନେପାଳ ଦ୍ୱାରା ଦେଶର ନୂତନ ନକ୍ସାରେ  ଅନେକ ଭାରତୀୟ ଅଞ୍ଚଳ ଯଥା ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନକୁ ନିଜ ଅଧିନସ୍ଥ ଅଞ୍ଚଳ ଭାବେ ଦର୍ଶାଇଥିଲା।  ଏହାକୁ ଭାରତ ପକ୍ଷରୁ ବିରୋଧ କରାଯିବା ସହ ଏପରି କୌଣସି ମାନଚିତ୍ର ଗ୍ରହଣ କରିବ ନାହିଁ ବୋଲି କୁହାଯାଇଥିଲା ।  ୟୁଏନଓ ପକ୍ଷରୁ କୁହାଯାଇଛି ପ୍ରଶାସନିକ କାର୍ଯ୍ୟ ଲାଗି ଏହି କ୍ଷେତ୍ର ସହ ଜଡିତ ଭାରତ, ପାକିସ୍ଥାନ କିମ୍ବା ଚୀନ୍ ମାନଚିତ୍ର ବ୍ୟବହାର କରିବ ନାହିଁ।   ଜାତିସଂଘ  ପକ୍ଷରୁ କୁହାଯାଇଛି ନେପାଳ ଦ୍ୱାରା କରାଯାଉଥିବା ଦାବିକୁ ଏହାର ୱେବସାଇଟରେ ମଧ୍ୟ ସ୍ଥାନ ଦିଆଯିବ ନାହିଁ।

- Advertisement -

ନୂତନ ନେପାଳୀ ମାନଚିତ୍ରରେ ଭାରତୀୟ ଅଞ୍ଚଳ ଲିମ୍ପିଆଧୁରା, ଲିପୁଲେଖ ଏବଂ କାଲାପାନି ନେପାଳର ଅଂଶ ଭାବେ ଦର୍ଶାଯାଇଛି । ଯାହାକୁ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। ଏନେଇ ନୂଆଦିଲ୍ଲୀ ପକ୍ଷରୁ କାଠମାଣ୍ଡୁ ଉଦ୍ଦେଶ୍ୟରେ କୁହାଯାଇଛି ପୂର୍ବରୁ ନେପାଳର କୌଣସି ମାନଚିତ୍ରରେ ଉକ୍ତ ଭାରତୀୟ ଅଞ୍ଚଳ ସ୍ଥାନ ପାଇନଥିଲା। ଏଥିରୁ ସ୍ପଷ୍ଟ ଯେ ନେପାଳ ସରକାର କୌଣସି ବାହ୍ୟ ଚାପରେ କାର୍ଯ୍ୟ କରୁଛନ୍ତି

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories