ଆଠଗଡ: ଆଠଗଡ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ୫ଜଣ କର୍ମଚାରୀ ଓ ଜଣେ କର୍ମଚାରୀଙ୍କର ୩ଜଣ ସଂପର୍କୀୟଙ୍କୁ ମିଶାଇ ମୋଟ ୮ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ଏନଏସି ଓ ଅଗ୍ନିଶମ ବାହିନୀ ପକ୍ଷରୁ ବ୍ୟାପକ ବିଶୋଧନ କରାଯାଇଛି। ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସର ସମେତ ଗାନ୍ଧିମାର୍ଗସ୍ଥିତ କର୍ମଚାରୀଙ୍କ କ୍ୱାଟର ଥିବା ଅଞ୍ଚଳ, ବ୍ଲକ ଓ ଏନଏସି କାର୍ୟ୍ୟାଳୟ ଏବଂ ଜଣେ କର୍ମଚାରୀ ରହୁଥିବା ୨ନଂ ୱାର୍ଡ ଅନ୍ତର୍ଗତ ପଦ୍ମସାହି ଅଞ୍ଚଳକୁ ଅଗ୍ନିଶମ ବାହିନୀ ପକ୍ଷରୁ ସିଞ୍ଚନ ମେସିନ ସାହାଯ୍ୟରେ ବିଶୋଧନ କରାଯାଇଥିଲା। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଆଠଗଡ ଅଗ୍ନିଶମ କେନ୍ଦ୍ରାଧିକାରୀ ଦୁଷ୍ମନ୍ତ କୁମାର ସ୍ୱାଇଁ ନେତୃତ୍ୱରେ ଆଗ୍ନିକମାନେ ଆସି ଆଠଗଡର ସହରର ବିଭିନ୍ନ ଅଞ୍ଚଳ ସହିତ ପୂର୍ବରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା କଟକିଆସାହି ପଞ୍ଚାୟତର ପାଟେଣି ଗାଁ ଅଞ୍ଚଳକୁ ବିଶୋଧନ କରାଯାଇଥିଲା।
Popular Categories



