BJD Bijuli 480×75 Mob

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପାଇଁ ସଚେତନତା

BJD Bijuli 480×75 Mob
0

ନେମାଳ: ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାଦିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ -୨୦୧୯ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅକ୍ଷୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନିଶ୍ଚିନ୍ତକୋଇଲି ତହସିଲଦାର ଜିତେନ୍ଦ୍ର କୁମାର ପାତ୍ର ଯୋଗଦେଇ ୧୮ ବର୍ଷ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଭୋଟର ତାଲିକାରେ ଠିକ୍‍ ଭାବରେ ପଞ୍ଜିକୃତ କରାଇବା ପାଇଁ ପ୍ରତ୍ୟକ ବୁଥ୍‍ ସ୍ତରୀୟ ଅଧିକାରୀ ମାନଙ୍କୁ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହ ଏକାଧିକ ସ୍ଥାନରେ ଭୋଟର ତାଲିକାରେ ପଞ୍ଜିକରଣ କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ସଚେତନତା କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ନିରଞ୍ଜନ ଶତପଥି ,ପ୍ରାଧ୍ୟାପକ ପ୍ରଭାତ କୁମାର ଆଚାର୍ଯ୍ୟ, ଅଧ୍ୟାପକ ବିନୟ କୁମାର ଦାସ, ଅଧ୍ୟାପକ ପ୍ରଦିପ୍ତ ବେହେରା , ସ୍ଥାନିୟ ଆର.ଆଇ ବିଶ୍ୱରଂଞ୍ଜନ ସାମଲ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ଦେଇଥିଲେ।

Leave A Reply