www.samajalive.in
Thursday, December 11, 2025
14.1 C
Bhubaneswar

ପ୍ରଶାସନର ଉଦାସୀନତା ; ସମସ୍ୟା ଘେରରେ ଅଚ୍ୟୁତାନନ୍ଦ ବିଦ୍ୟାପୀଠ

ନେମାଳ : ସରକାର ଗ୍ରାମାଞ୍ଚଳ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ଏବେବି ଅବହେଳିତ ଅବସ୍ଥାରେ ବହୁ ଶିକ୍ଷା ଅନୁଷ୍ଠାନ ରହିଯାଇଛି। ଶିକ୍ଷା କ୍ଷେତ୍ରରେ ଉନ୍ନତି ତଥା ୬ରୁ ୧୪ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଗ୍ରହଣ କରିବା ବାଧ୍ୟତା କରାଯାଇଛି। ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଆକୃଷ୍ଟ କରିବା ପାଇଁ ମାଗଣାରେ ପୋଷାକ ବଣ୍ଟନ,ପାଠ୍ୟ ପୁସ୍ତକ ବଣ୍ଟନ, ମଧ୍ୟାନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ ବିଦ୍ୟାଳୟର ଆନୁଷାଙ୍ଗିକ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେଉନାହାନ୍ତି। କେଉଁଠି ଛାତ୍ରଛାତ୍ରୀ ଅଛନ୍ତି ତ ଆଉ କେଉଁଠି ବିଦ୍ୟାଳୟ ନାହିଁ ,କିମ୍ବା ଶିକ୍ଷକ ନାହାନ୍ତି।ଏପରି ସ୍ଥିତିରେ ଛାତ୍ରଛାତ୍ରୀ କିଭଳି ଶିକ୍ଷା ଗ୍ରହଣ କରୁଥିବେ ତାହା ଅନୁମେୟ। ଏଭଳି ସମସ୍ୟାରେ ଗତି କରୁଛି ନେମାଳସ୍ଥିତ ବ୍ରିଟିଶ ଅମଳର ସର୍ବପୁରାତନ ଅଚ୍ୟୁତାନନ୍ଦ ବିଦ୍ୟାପୀଠ। ଲୁଣା -ଚିତ୍ରୋତ୍ପଳା ଦ୍ୱିପାଞ୍ଚଳର ଏହା ଏକ ବହୁ ପୁରାତନ ବିଦ୍ୟାପୀଠ ହିସାବରେ ଉକ୍ତ ଅଞ୍ଚଳରେ ପରିଚିତ। ଏହି ବିଦ୍ୟାପୀଠକୁ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁରେନ୍ଦ୍ରନାଥ ପଟ୍ଟନାୟକଙ୍କ ଉଦ୍ୟମରେ ୧୯୫୬ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ଏକଦା ଏହି ବିଦ୍ୟାଳରୁ ବହୁ ଛାତ୍ର ଛାତ୍ରୀ ଶିକ୍ଷାଲାଭ କରି ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ପଦସ୍ଥ ଆସନରେ ଅଳଙ୍କୃତ ହୋଇଛନ୍ତି। କାଳକ୍ରମେ ଏହି ପୁରାତନ ବିଦ୍ୟାପୀଠଟି ନାନା ପ୍ରକାରର ସମସ୍ୟା ମଧ୍ୟରେ ଗତି କରୁଛି। ଏଠାରେ ନା ଅଛି କୋଠରୀ , ନା ଅଛନ୍ତି ଆବଶ୍ୟକ ଶିକ୍ଷକ। ୬ଷ୍ଠରୁ ୧୦ମ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀ ଶିକ୍ଷାଦାନ କରୁଛନ୍ତି। ଛାତ୍ରଛାତ୍ରୀ ମାନଙ୍କୁ ନିରାପଦରେ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରିବାପାଇଁ କୋଠା ଘରମାନ ନିର୍ମାଣ କରୁଥିଲେ ହେଁ ଏହି ପୁରାତନ ବିଦ୍ୟାଳୟରେ ଅଦ୍ୟାବଧି କୌଣସି କୋଠାଘର ନିର୍ମାଣ କରାଯାଇନାହିଁ। ପୁରୁଣା ଭଙ୍ଗା ଆଜସେବଷ୍ଟସ ଘରେ ପିଲାମାନେ ପାଠ ପଢୁଛନ୍ତି। ବର୍ଷାଦିନରେ ଏହି ପୁରୁଣା ଆଜବେଷ୍ଟସ ଘରୁ ପାଣି ଗଳୁଥିବା ବେଳେ ବାରଣ୍ଡାରେ ବର୍ଷାଜଳ ଶ୍ରେଣୀ ଗୃହରେ ପସିଯାଉଥିବାରୁ ଶିକ୍ଷାଦାନରେ ଘୋର ବାଧା ଉପୁଜୁଛି। ସେହିପରି ସ୍କୁଲର ଛାତ୍ରାବାସକୁ ବର୍ଷାଜଳ ପସିଯାଇ ହ୍ରଦର ଭ୍ରମ ସୃଷ୍ଟି କରୁଥିବାରୁ ଛାତ୍ରମାନେ ଇଟା ଓ ମାଟିରେ ବନ୍ଧ କରୁଥିବାରର ଆଜି ଦେଖିବାକୁ ମିଳିଥିଲା। ଶ୍ରେଣୀ ଗୃହ ଗୁଡିକ ପୁରୁଣା କାଳିଆ ଢାଞ୍ଚାରେ ନିର୍ମିତ ହୋଇଥିବାରୁ କାନ୍ଥଗୁଡିକ ସିମେଣ୍ଟଣ୍ଟ ପଲସ୍ତରା ଛାଡିଗଲାଣି। ମୋଟ ଉପରେ ଏହି ଭଙ୍ଗା ଦଦରା ଘରଗୁଡିକରେ ଶିକ୍ଷା ଗ୍ରହଣ କରିବା ପାଇଁ ଛାତ୍ର ଛାତ୍ରୀମାନଙ୍କ ପକ୍ଷେ ନିରାପଦ ନୁହେଁ। ସ୍କୁଲ ପରିସରରେ ଏକ ଗୃହ ନିର୍ମାଣ କରାଯାଇଥିବା ବେଳେ ତାହା ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ଆବଶ୍ୟକ ସଂଖ୍ୟା ଶ୍ରେଣୀ କକ୍ଷ ନିଥିବାରୁ ଗୋଟିଏ ଗୋଟିଏ ଶ୍ରେଣୀରେ ଏକାଧିକ ଶ୍ରେଣୀର ପିଲାମାନେ ବସି ପାଠ ପଢୁଛନ୍ତି। ଏହି ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକ ନଥିବାରୁ ଶିକ୍ଷାଦାନରେ ଘୋର ବାଧା ସୃଷ୍ଟି ହେଉଛି। ବହୁଦିନ ହେଲା ଗୋଟିଏ ଟିଏମ୍‍ ଶିକ୍ଷକ ଓ ଗୋଟିଏ ଟିଜିି କଳା ଶିକ୍ଷକ ପଦବୀ ଖାଲି ଥିଲା ବେଳେ ଦୀର୍ଘ ବର୍ଷ ହେଲା କ୍ରୀଡା ଶିକ୍ଷକ ପଦବୀଟି ଖାଲି ପଡିଛି। ଯାହାଫଳରେ ପିଲାମାନେ ଶାରିରୀକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories