ପ୍ରକାଶ ପାଇଲା ନିଟ-୨୦୨୩ ପରୀକ୍ଷାଫଳ: ଦେଶରେ ଏ. ପ୍ରଭଞ୍ଜନ ଓ ରାଜ୍ୟରେ ସ୍ବୟଂଶକ୍ତି ତ୍ରିପାଠୀ ଟପ୍ପର
ଶ୍ରେଷ୍ଠ ୫୦ ତାଲିକାରେ ଓଡ଼ିଶାର ୨ ଜଣ ଛାତ୍ରଛାତ୍ରୀ, ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୨୦ ମହିଳା ତାଲିକାରେ ଓଡ଼ିଶାର ଅଭିପ୍ସା ଚୌଧୁରୀ
ଭୁବନେଶ୍ବର: ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏନଟିଏ ନିଟ୍ (ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା)-୨୦୨୩ ର ଫଳାଫଳ ପ୍ରକାଶ ପାଇଛି। ସର୍ବଭାରତୀୟ ସ୍ତରରେ ତାମିଲନାଡୁର ଏ ପ୍ରଭଞ୍ଜନ ନିଟ-୨୦୨୩ ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ସ୍ତରର ଶ୍ରେଷ୍ଠ ୫୦ ତାଲିକାରେ ଓଡ଼ିଶାର ୨ ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି। ଅଷ୍ଟମ ରାଙ୍କରେ ଓଡ଼ିଶାର ସ୍ବୟଂଶକ୍ତି ତ୍ରିପାଠୀ ରହି ରାଜ୍ୟ ଟପ୍ପର ହୋଇଛନ୍ତି।
ସେହିପରି ୩୫ତମ ରାଙ୍କରେ ଓଡ଼ିଶାର ସୂପର୍ଯପ୍ରତାପ ମିଶ୍ର ରହିଛନ୍ତ। ସେହିପରି ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୨୦ ମହିଳା ତାଲିକାରେ ଓଡ଼ିଶାର ଅଭିପ୍ସା ଚୌଧୁରୀ ରହିଛନ୍ତି। ଅଭିପ୍ସା ଚୌଧୁରୀଙ୍କ ସର୍ବଭାରତୀୟ ରାଙ୍କ ୬୩ ରହିଛି। ନିଟ୍ ପରୀକ୍ଷା ଫଳ ଛାତ୍ରଛାତ୍ରୀମାନେ ntaneet.nic.in କିମ୍ବା mcc.nic.in ୱେବସାଇଟ୍ରେ ଦେଖିପାରିବେ ।
Comments are closed.