ନିଟ୍-ପିଜି ୨୦୨୪ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ସମ୍ବାଦ ମିଥ୍ୟା
ଡେସ୍କ: ନିଟ୍ ପିଜି ୨୦୨୪ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ନେଇ କିଛି ଗଣମାଧ୍ୟମ ରିପୋର୍ଟ ଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଉଛି। ଏଭଳି ଖବର ମିଥ୍ୟା ଓ ବିଭ୍ରାନ୍ତିକର ବୋଲି ଜଣାପଡିଛି। ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡିକାଲ ସାଇନ୍ସେସ୍ ସୂଚନା ଅନୁଯାୟୀ, କିଛି ଅସାଧୁ ଏଜେଣ୍ଟ ଏହି ମିଥ୍ୟା ଖବର ପ୍ରଚାର କରୁଛନ୍ତି। ଟେଲିଗ୍ରାମ ମେସେଞ୍ଜର ଜରିଆରେ ଆଗାମୀ ନିଟ୍-ପିଜି ୨୦୨୪ ପରୀକ୍ଷା ପାଇଁ ଯଥେଷ୍ଟ ଅର୍ଥ ବଦଳରେ ପ୍ରଶ୍ନ ପ୍ରଦାନ କରାଯିବ ବୋଲି ସେମାନେ ଦାବି କରୁଛନ୍ତି।
ଏ ନେଇ ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡିକାଲ ସାଇନ୍ସେସ୍ ପୁଲିସରେ ଅଭିଯୋଗ କରିସାରିଛି। ସୂଚନା ଅନୁଯାୟୀ, ନିଟ୍-ପିଜି ୨୦୨୪ ପାଇଁ ପ୍ରଶ୍ନପତ୍ର ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ।
Comments are closed.