ଏନ୍‍ଡିଏର ପ୍ରାଧ୍ୟାପକ ଓ ସହଯୋଗୀ ପ୍ରାଧ୍ୟାପକଙ୍କ ନାମରେ ସିବିଆଇ ମାମଲା

0

ପୁଣେ : ପୁଣେର ଜାତୀୟ ପ୍ରତିରକ୍ଷା ଏକାଡେମୀ(ଏନ୍‍ଡିଏ)ର ଜଣେ ପ୍ରାଧ୍ୟାପକ ଓ, ୨ ଜଣ ସହଯୋଗୀ ପ୍ରାଧ୍ୟାପକ ଓ ଅନ୍ୟମାନଙ୍କ ବିରୁଦ୍ଧରେ ସିବିଆଇ ଏକ ମାମଲା ରୁଜ୍ଜୁ କରିଛି। ସେମାନେ ଅନୁଷ୍ଠାନର ଅଧ୍ୟାପକ ମନୋନୟନ ଓ ନିଯୁକ୍ତିରେ ଅନୀୟମିତତା କରିଥିବା ଅଭିଯୋଗ ହୋଇଥିଲା।  ଏକାଡେମୀର କିଛି ଅଧ୍ୟାପକ ୟୁପିଏସସି ଓ ପ୍ରତିରକ୍ଷା ମନ୍ତ୍ରଣାଳୟର କିଛି ଅଜ୍ଞାତ ଅଫିସରଙ୍କ ସହ ସୁପାରିଶରେ ମନୋନୀତ ହୋଇ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଥିଲେ। ସେମାନଙ୍କର କୌଣସି ଶିକ୍ଷାଦାନ କିମ୍ବା ଗବେଷଣା ଅଭିଜ୍ଞତା ନ ଥିବା ଅଭିଯୋଗ ହୋଇଛି। ଗତକାଲି ଏନ୍‍ଡିଏ ପରିସରରେ ଚଡାଉ କରାଯାଇଥିଲା ଓ କିଛି ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଥିଲା।

Leave A Reply