www.samajalive.in
Monday, December 15, 2025
24.1 C
Bhubaneswar

୪.୨୪ କୋଟିର ବ୍ରାଉନସୁଗର, ୭୨ ଲକ୍ଷର ଗଞ୍ଜେଇ ଜବତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ଆରମ୍ଭରୁ ଅକ୍ଟୋବର ୨୯ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲାରୁ ବିପୁଳ ପରିମାଣର ବ୍ରାଉନସୁଗର ଏବଂ ଗଞ୍ଜେଇ ଜବତ ହୋଇଛି। ତନ୍ମଧ୍ୟରେ ୪ କେଜି ୨୨ ଗ୍ରାମ ୪୨୮ ମିଲିଗ୍ରାମ ବ୍ରାଉନସୁଗର ରହିଛି, ଯାହାର ମୂଲ୍ୟ ୪ କୋଟି ୨୪ ଲକ୍ଷ ୪୬ ହଜାର ୫୪୦ ଟଙ୍କା। ସେହିପରି ୧୧୦୭ କେଜି ୫୭୮ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି, ଯାହାର ମୂଲ୍ୟ ୭୨ ଲକ୍ଷ ୧୪ ହଜାର ୭୨୭ ଟଙ୍କା ହେବ ବୋଲି ନାର୍କୋଟିକ୍ସ ବିଭାଗର କଟକ କେନ୍ଦ୍ରାଞ୍ଚଳ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ବ୍ରାଉନସୁଗର ଜବତ ମାମଲାରେ ମୋଟ ୮୧ ମାମଲା ରୁଜୁ ହୋଇଥିବାବେଳେ ୧୬୮ ଜଣ ଗିରଫ ହୋଇଛନ୍ତି। ସେଥିମଧ୍ୟରେ ପୁରୀ ଜିଲାରେ ୧୮ ମାମଲା(୧ କେଜି ୧୨ ଗ୍ରାମ, ୩୭ ଗିରଫ), କଟକ ଜିଲାରେ ୫ ମାମଲା(୩୦.୦୩ ଗ୍ରାମ, ୫ ଗିରଫ), କେନ୍ଦ୍ରାପଡ଼ା ଜିଲାରେ ୨ ମାମଲା(୧୬.୪୧ ଗ୍ରାମ, ୨ ଗିରଫ), ଖୋର୍ଦ୍ଧାରେ ୨୫ ମାମଲା(୧.୬୧୬ କେଜି, ୫୯ ଗିରଫ), ନୟାଗଡ଼ରେ ୮ ମାମଲା(୧୬୯ ଗ୍ରାମ, ୧୩ ଗିରଫ), ଜଗତସିଂହପୁରରେ ୧୭ ମାମଲା(୧ କେଜି ୯୫ ଗ୍ରାମ, ୪୧ ଗିରଫ), ଯାଜପୁର ଜିଲାରେ ୬ ମାମଲା(୮୩ ଗ୍ରାମ, ୧୧ ଗିରଫ) ରୁଜୁ ହୋଇଛି।

- Advertisement -

ସେହିପରି ଗଞ୍ଜେଇ ଜବତ ଘଟଣାରେ ମୋଟ ୬୪ ମାମଲା ରୁଜୁ ହୋଇଥିବାବେଳେ ୧୦୫ ଜଣ ଗିରଫ ହୋଇଛନ୍ତି। ସେଥିମଧ୍ୟରେ ପୁରୀ ଜିଲାରେ ୩୭ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବାବେଳେ ୧୧ ଜଣ ଗିରଫ ହୋଇଛନ୍ତି। ସେହିପରି କଟକରେ ୮ ମାମଲା(୧୩୫ କେଜି ୯୩୨ ଗ୍ରାମ, ୧୦ଗିରଫ), କେନ୍ଦ୍ରାପଡ଼ାରେ ଗୋଟିଏ ମାମଲା(୧୩ କେଜି ୪୭୦ ଗ୍ରାମ, ଜଣେ ଗିରଫ), ଖୋର୍ଦ୍ଧାରେ ୭ ମାମଲା(୯୮କେଜି ୪୨୪ ଗ୍ରାମ, ୯ ଗିରଫ),  ନୟାଗଡ଼ରେ ୨୯ ମାମଲା(୭୧୬ କେଜି ୨୭୫ ଗ୍ରାମ), ଜଗତସିଂହପୁରରେ ୪ ମାମଲା(୧୩ କେଜି ୭୪୪ ଗ୍ରାମ, ୭ ଗିରଫ) ଏବଂ ଯାଜପୁରରେ ୭ ମାମଲା(୯୨ କେଜି ୩୩୩ ଗ୍ରାମ, ୮ ଗିରଫ) ରୁଜୁ ହୋଇଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories