www.samajalive.in
Tuesday, December 9, 2025
15.1 C
Bhubaneswar

ଜଳିଗଲା ତେଲ ଟ୍ୟାଙ୍କର, ୪ ମୃତ

ନୟାଗଡ଼: ଶୁକ୍ରବାର ବିଳମ୍ବିତ ରାତ୍ରରେ ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ବ୍ରିଜରୁ ଏକ ତୈଳବାହୀ ଟ୍ୟାଙ୍କର୍‌ ନଦୀକୁ ଖସି ପଡ଼ିବା ପରେ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟି ୪ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସ୍ଥାନୀୟ ଲୋକଙ୍କଠାରୁ ସଂଗୃହୀତ ସୂଚନା ଅନୁସାରେ, ପେଟ୍ରୋଲ୍‌ ନେଇ ଉକ୍ତ ଟ୍ୟାଙ୍କର୍‌ ଟ୍ରକ୍‌ଟି କଟକରୁ ସମ୍ବଲପୁର ଅଭିମୁଖେ ଯାଉଥିଲା ।

କ‌ୌଣସି କାରଣରୁ ଟ୍ୟାଙ୍କର୍‌ ଟ୍ରକ୍‌ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ପୋଲ ଉପରୁ ଖସି ତଳେ ପ୍ରବାହିତ କୁସୁମୀ ନଦୀରେ ପଡ଼ିଯିବା ପରେ ବିସ୍ଫୋରଣ ହୋଇଥିଲା ।  ଟ୍ୟାଙ୍କରଟିରେ ନିଆଁ ଲାଗିଯିବା ହେତୁ ଟ୍ୟାଙ୍କର୍‌ ‌ଡ୍ରାଇଭର, ହେଲ୍‌ପର ଏବଂ ଆଉ ୨ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇବା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବଗୁଡ଼ିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ପରିଚୟ ମିଳିଥିବା ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ୨ଜଣ ହେଲେ ଟ୍ୟାଙ୍କର୍‌ ଚାଳକ ତଥା ସାନପଣ୍ଡୁସରବାସୀ ସମୀର ନାୟକ ଏବଂ ତାଙ୍କ ଗାଁର ପଙ୍କଜ ନାୟକ। ଆଉ ୨ଜଣ ମୃତବ୍ୟକ୍ତିଙ୍କ ପରିଚୟ ସଂକ୍ରାନ୍ତରେ ଅନୁସନ୍ଧାନ ଚାଲିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories