ମୁଖ୍ୟମନ୍ତ୍ରୀ ଅସୁସ୍ଥ, ଦୁଇଦିନ ପାଇଁ ସମସ୍ତ କାର୍ଯ୍ୟକ୍ରମ ବାତିଲ

0

ଭୁବନେଶ୍ୱର . – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ପଡିଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ବିବୃତି ଜାରି କରାଯାଇ ସୂଚନା ଦିଆଯାଇଛି । ଏଥିପାଇଁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂତାଣୁ ଜନିତ ଜ୍ୱର ବା ଭାଇରାଲ ଫିଭର୍‌ ଓ ଥଣ୍ଡାରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି ।

ଏଥିପାଇଁ  ଦୁଇଦିନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ହେଲେ ସେ ସେ ନିଜ କାର୍ଯ୍ୟାଳୟରେ ସାଧାରଣ ଦିନ ପରି ଯୋଗ ଦେବେ । ଅସୁସ୍ଥତା ସତ୍ତ୍ୱେ ସେ ଗୁରୁବାରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଚାର ରଥକୁ ପତାକା ଦେଖାଇ ଏହି ପ୍ରଚାରର  ଉଦ୍‌ଘାଟନ କରିଥିଲେ ।

Leave A Reply