www.samajalive.in
Sunday, December 14, 2025
17.1 C
Bhubaneswar

ନୋବେଲ୍‍ ବିଜୟୀ ସାହିତ୍ୟିକ ନାଇପଲ୍‍ଙ୍କ ପରଲୋକ

ୱାଶିଂଟନ୍‍: ନୋବେଲ୍‍ ପୁରସ୍କାର ବିଜୟୀ ବିଶିଷ୍ଟ ସାହିତ୍ୟିକ ବିଦ୍ୟାଧର ସୁରଜ ପ୍ରସାଦ ନାଇପଲ୍‍୍‍ଙ୍କ ୮୫ ବର୍ଷ ବୟସରେ ଆଜି ଲଣ୍ଡନ ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ତ୍ରିନିଦାଦ୍‍ର ମୂଳବାସିନ୍ଦା ନାଇପଲ୍‍ ପ୍ରଥମେ କମିକ୍ସ ରଚନାରୁ ତାଙ୍କର ସାହିତ୍ୟ ସାଧନା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଦକ୍ଷିଣ ଆମେରିକାରୁ ଆଫ୍ରିକା ଓ ଏସିଆ ଆଦି ମହାଦେଶ ଭ୍ରମଣ କରି ସ୍ୱାଧୀନତା ପରବର୍ତ୍ତୀ ଜନଜୀବନ ଉପରେ ଲେଖନୀ ଚାଳନା କରିଥିଲେ। ସେ ତାଙ୍କ ଜୀବନ କାଳ ମଧ୍ୟରେ ୩୦ରୁ ଅଧିକ ଉପନ୍ୟାସ ସମେତ ଅନେକ ସାହିତ୍ୟ କୃତି ସୃଷ୍ଟି କରି ଯାଇଛନ୍ତି। ୧୯୯୦ରେ ରାଣୀ ଏଲିଜେବେଥ୍‍ ୨ ନାଇପଲ୍‍ଙ୍କୁ ନାଇଟ୍‍ ଉପାଧିରେ ଭୂଷିତ କରିଥିଲେ।
୧୯୩୨ ମସିହା ଅଗଷ୍ଟ ୧୭ ତାରିଖରେ ଏକ ହିନ୍ଦୁ ପରିବାରରେ ଭି ଏସ୍‍ ନାଇପଲ୍‍ଙ୍କ ଜନ୍ମ ହୋଇଥିଲା। ତାଙ୍କ ବାପା ଜଣେ ସାମ୍ବାଦିକ ଓ ମା’ ଏକ ଜମିଦାର ପରିବାରୁ ଆସିଥିଲେ। ସାର ବିଦ୍ୟା ଭାବରେ ଖ୍ୟାତ୍‍ ନାଇପଲ୍‍ ‘ଏ ହାଉସ୍‍ ଅଫ୍‍ ମିଷ୍ଟର ବିଶ୍ୱାସ’, ‘ଏ ବେଣ୍ଡ ଇନ୍‍ ଦ ରିଭର’, ‘ଇନ୍‍ ଏ ଫ୍ରି ଷ୍ଟେଟ୍‍’ ପରି କାଳଜୟୀ ଉପନ୍ୟାସ ରଚନା କରିଛନ୍ତି। ‘ଇନ୍‍ ଏ ଫ୍ରି ଷ୍ଟେଟ୍‍’ ପାଇଁ ତାଙ୍କୁ ପ୍ରସିଦ୍ଧ ‘ମ୍ୟାନ୍‍ ବୁକର’ ପୁରସ୍କାର ମିଳିଛି। ତାଙ୍କ ଲେଖା ଯେତିକି ସରଳ ସେତିକି ଶାଣିତ ଥିଲା। ଉପନ୍ୟାସ ରଚନାରେ ଲାଳିତ୍ୟ ପାଇଁ ସେ ପ୍ରସିଦ୍ଧ ଥିଲେ। ସେ ଉପନ୍ୟାସ ଲେଖିବା ପାଇଁ ଭାରତ ଗସ୍ତରେ ଆସିଥିଲେ। ଭାରତ ଭ୍ରମଣ ପରେ ସେ ‘ଆନ ଏରା ଅଫ୍‍ ଡାର୍କନେସ୍‍(୧୯୬୪)’ ରଚନା କରିଥିଲେ। ଏହାପରେ ଇରାନ୍‍, ପାକିସ୍ତାନ, ଇଣ୍ଡୋନେସିଆ ଓ ମାଲେସିଆର ମୁସଲମାନ୍‍ ଅଧ୍ୟୁଷିତ ଅଞ୍ଚଳ ପରିଭ୍ରମଣ କରିବା ପରେ ‘ଏମଙ୍ଗ ବିଲିଭର୍ସ(୧୯୮୧)’ ଓ ‘ବିୟଣ୍ଡ ବିଲିଫ୍‍(୧୯୯୮)’ ରଚନା କରିଥିଲେ। ୨୦୦୧ରେ ସାହିତ୍ୟରେ ସାମଗ୍ରିକ କୃତି ପାଇଁ ଭି ଏସ୍‍ ନାଇପଲ୍‍ଙ୍କୁ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ନୋବେଲ୍‍ ପୁରସ୍କାର ପ୍ରଦାନ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories