www.samajalive.in
Monday, December 8, 2025
14.1 C
Bhubaneswar

ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳିତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମସ୍ଥିତ ଗଡ଼ଜାତ ଭବନଠାରେ ଜିଲ୍ଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଭୂମିକା ଆନୁକୂଲ୍ୟରେ ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଂଯୋଜକ ନାଟ୍ୟକାର ମଧୁସୂଦନ ସେଣ୍ଢଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ରରେ ଭୂମିକା ସମେତ ଢେଙ୍କାନାଳର କଳାପରିଷଦ, ଅଲଟର ନେଟିଭ ରିଦିମ ଥିଏଟରର ସଦସ୍ୟଙ୍କ ସହ ଜିଲ୍ଲାର ବହୁ ନାଟ୍ୟକାର, ନିର୍ଦେଶକ ଓ ନାଟ୍ୟ କର୍ମୀମାନେ ଅଂଶ ଗ୍ରହଣ କରିଥିଲେ । ଆଲୋଚନାର ବିଷୟ ଥିଲା ‘ଅଙ୍ଗେ ନିଭା କଥା- ମଞ୍ଚ ନାଟକର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’। କଳାପରିଷଦର ପ୍ରତିଷ୍ଠାତା ସଭାପତି, ତଥା ନାଟ୍ୟସଂଘର ଉପଦେଷ୍ଟା ଦିଲ୍ଲୀଶ୍ୱର ମହାରଣା ମୁଖ୍ୟଅତିଥି ରୂପେ ଯୋଗ ଦେଇ କହିଲେ ଯେ ମଞ୍ଚ ରେ ଚରିତ୍ରକୁ ଅନୁଭବ କରିପାରିଲେ ନାଟକ ଦର୍ଶକଙ୍କ ନିକଟରେ ପହଞ୍ଚିପାରିବ । ସମ୍ପ୍ରତି ପରିବେଷଣ କରାଯାଉଥିବା ମଞ୍ଚ ନାଟକଗୁଡିକରର ମାନ ଆଦୌ କମି ନାହିଁ ବରଂ ପ୍ରତ୍ୟେକ ନାଟକ ସମାଜକୁ କିଛି ନା କିଛି ବାର୍ତ୍ତା ଦେଉଛି । ସମ୍ମାନିତ ଅତିଥି ନାଟ୍ୟକାର ଦିନେଶ ଦାସଙ୍କ ଭାଷାରେ ନାଟକ ଜୀବନ ଜିଇଁବା ଶିଖାଇଥାଏ । ମଣିଷଟିଏ ତିଆରି ହେବା ପାଇଁ ନାଟକ ମହୌଷଧି ପରି କାର୍ଯ୍ୟ କରେ। ହାସ୍ୟ ଅଭିନେତା ଇନ୍ଦ୍ରମଣି ବେହେରା, ଶତ୍ରୁଘ୍ନ ମାଟି, ଅଭିନେତା ଅଭିନେତା ଇଂ ଅଶୋକ ଦାସ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । କାର୍ଯ୍ୟକାରୀ ସଭାପତି ବାଳକୃଷ୍ଣ ନାୟକ, ନାଟ୍ୟ ନିର୍ଦ୍ଦେଶକ ଗୋବର୍ଦ୍ଧନ ବାରିକ, ମନୋଜ କୁମାର ସାହୁ, ଜଗଦୀଶ ତ୍ରିପାଠୀ, ସଙ୍ଗୀତ ନିର୍ଦେଶକ ଦିଲ୍ଲୀପ ରାଉତ, ଭୂମିକାର ଯୁଗ୍ମ ସମ୍ପାଦକ ବିମଳ ପରିଡା, ପଦ୍ମଚରଣ ମୁଦୁଲି, ଚନ୍ଦ୍ରମଣି ଲେଙ୍କା, ମଣ୍ଟୁ ପ୍ରଧାନଙ୍କ ସମେତ ଜିଲ୍ଲାର ବହୁ କଳାକାର ନିଜର ମଞ୍ଚ ନାଟକର ଅନୁଭୂତି ଉପରେ ଆଲୋଚନା କରିଥିଲେ । ପ୍ରତିଷ୍ଠାତା ସମ୍ପାଦକ ନିରଞ୍ଜନ ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ଶ୍ରୀରାମ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ପାଦକ ହାଡିବନ୍ଧୁ ମହାନ୍ତି, ଇନ୍ଦ୍ରଜିତ ପଟ୍ଟନାୟକ, ଗୋପାଳ ଚନ୍ଦ୍ର ନାଥ, ମନୋଜ ରାଉଳ, ସୁନୀଲ ସାହୁ, ପଙ୍କଜ ଛୋଟରାୟ, ସୌଭାଗ୍ୟ ନନ୍ଦ, ଅଥୟ ନାୟକ, ସମରେନ୍ଦ୍ର ନାୟକ, ଅମିତ ନାୟକ, ପରେଶ ଖୁଣ୍ଟିଆ, ବଳରାମ ବାରିକ , ଇଂ ହିମାଦ୍ରି ଦାସ, ଗଣେଷ ମହାକୁଡ଼ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories