www.samajalive.in
Sunday, December 7, 2025
23.1 C
Bhubaneswar

ଜାତୀୟ ପୁରୁଷ କମିଶନ ଗଠନ ଦାବି ପ୍ରସଙ୍ଗ : ୩ରେ ଜନସ୍ବାର୍ଥ ମାମଲାର ଶୁଣାଣି

ନୂଆଦିଲ୍ଲୀ : ଘରୋଇ ହିଂସା ଯୋଗୁ ପୁରୁଷମାନେ ଆତ୍ମହତ୍ୟା କରୁଛନ୍ତି। ପୁରୁଷଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଜାତୀୟ ପୁରୁଷ କମିଶନ ଗଠନ ଦାବିରେ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଆସନ୍ତା ୩ ତାରିଖରେ ସର୍ବୋଚ୍ଚ ଅଦାଲତ(ସୁପ୍ରିମକୋର୍ଟ)ରେ ହେବ। ପୁରୁଷମାନେ ଘରୋଇ ହିଂସାର ଶିକାର ହେଉଥିବା ଅଭିଯୋଗକୁ ଗ୍ରହଣ କରିବା ପାଇଁ ଜାତୀୟ ମାନବାଧିକାର କମିଶନଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ଅନୁରୋଧ କରିଛନ୍ତି। ଆବେଦନକାରୀଙ୍କ ଅନୁରୋଧକୁ ରକ୍ଷା କରି ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ସୁପ୍ରିମକୋର୍ଟର ୱେବସାଇଟ ଅନୁଯାୟୀ, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଦୀପକଙ୍କର ଦତ୍ତାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ପିଏଆଇଏଲର ଶୁଣାଣି କରିବେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories