www.samajalive.in
Sunday, December 7, 2025
26.1 C
Bhubaneswar

ଗୋଗ୍ରା ହଟସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର

ନୂଆଦିଲ୍ଲୀ: ଭାରତ ଓ ଚୀନ ସୀମାନ୍ତ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଲାଗି ରହିଥିବା ସାମରିକ ଉତ୍ତେଜନା ହ୍ରାସ ପାଇବାକୁ ଯାଉଛି। ଏଲ୍‌ଏସି ନିକଟ ଗୋଗ୍ରା ହଟ୍‌ ସ୍ପ୍ରିଙ୍ଗ (ପିପି-୧୫)ରୁ ଉଭୟ ଦେଶ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ ସମ୍ମତି ପ୍ରକାଶ କରିବା ସହ ଏହାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସୈନ୍ୟ ମୁତୟନକୁ ନେଇ ପୂର୍ବ ଲଦାଖ ନିକଟ ଏହି ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା। ସୀମା ଉତ୍ତେଜନା ହ୍ରାସ ନିମନ୍ତେ ଦୁଇ ଦେଶର ସାମରିକ ଅଧିକାରୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଆଧାରରେ ଉଭୟ ପକ୍ଷ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୁରୁବାର (ସେପ୍ଟେମ୍ବର ୮) ଦୁଇ ଦେଶର ସେନା ମଧ୍ୟରେ ୧୬ଶ ପର୍ଯ୍ୟାୟ ସାମରିକ କଥାବାର୍ତ୍ତା ସମୟରେ ଗୋଗ୍ରା ହଟସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ନିମନ୍ତେ ସମ୍ମତି ପ୍ରକାଶ ପାଇଥିଲା। ପୂର୍ବରୁ ଦୁଇ ଦେଶର ସାମରିକ ପ୍ରତିନିଧିଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ କଥାବାର୍ତ୍ତା ହୋଇଥିଲା। ମାତ୍ର କୌଣସି କଥାବାର୍ତ୍ତାରୁ ନିଷ୍କର୍ଷ ବାହାରିପାରି ନଥିଲା। ମାତ୍ର ଗୁରୁବାର ହୋଇଥିବା କଥାବାର୍ତ୍ତା କାଳରେ ଉଭୟ ପକ୍ଷ ସୀମାରୁ ସୈନ୍ୟ ପ୍ରତ୍ୟାହାର ପୂର୍ବକ ଶାନ୍ତି ବଜାୟ ରଖିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ୨୦୨୦ ଏପ୍ରିଲ-ମେ ମାସଠାରୁ ଏଲ୍‌ଏସିରେ ଉତ୍ତେଜନା ଲାଗି ରହିଛି। ଏଲଏସିର ଫିଙ୍ଗର ଅଞ୍ଚଳ ଯଥା ଗଲୱାନ ଉପତ୍ୟକା, ହଟସ୍ପ୍ରିଙ୍ଗ ଓ ପାଙ୍ଗଅଙ୍ଗ ସୋ ଓ କୋଙ୍ଗରୁଙ୍ଗ ନାଲା ଅଞ୍ଚଳରେ ବିବାଦର କେନ୍ଦ୍ରବିନ୍ଦୁ ହୋଇଥିଲା। ଏହି ବିବାଦକୁ ନେଇ ୨୦୨୦ ଜୁନ୍‌ରେ ଗଲୱାନ ଉପତ୍ୟକାରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ପକ୍ଷର ସୈନ୍ୟ ପ୍ରାଣ ହରାଇଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories