www.samajalive.in
Monday, December 15, 2025
24.1 C
Bhubaneswar

‘ଜାତୀୟ ଶିକ୍ଷା ଦିବସ’: ମୌଲାନା ଅବୁଲ କଲାମ ଆଜାଦଙ୍କ ସମ୍ମାନାର୍ଥେ ଦିନଟିଏ

ସମାଜ ପୋର୍ଟାଲ ଡେସ୍କ : ପ୍ରତ୍ୟେକ ବର୍ଷ ୧୧ ନଭେମ୍ବରକୁ ‘ଜାତୀୟ ଶିକ୍ଷା ଦିବସ’ ଭାବେ ପାଳନ କରାଯାଏ। ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ତଥା ଭାରତ ରତ୍ନ ମୌଲାନା ଅବୁଲ କଲାମ ଆଜାଦଙ୍କ ସମ୍ମାନାର୍ଥେ ତାଙ୍କ ଜନ୍ମଦିନ ‘ଜାତୀୟ ଶିକ୍ଷା ଦିବସ’ ଭାବେ ପାଳିତ ହୋଇଥାଏ। ୨୦୦୮ ମସିହାରୁ ବିଧିବଦ୍ଧ ଭାବେ ଏହାର ଆରମ୍ଭ ହୋଇଥିଲା। ମୌଲାନା ଅବୁଲ କଲାମ ଆଜାଦ ଏକା ଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍‍ ଓ ଲେଖକ ଭାବେ ପରିଚିତ ଥିଲେ।
ସ୍ୱାଧୀନତା ସଂଗ୍ରାମ ସମୟରେ ସେ ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ। ଶିକ୍ଷା ମନ୍ତ୍ରୀ ଥିବା ସମୟରେ ସେ ଜାତୀୟ ଶିକ୍ଷା ନୀତିର ସ୍ଥାପନା କାରିଥିଲେ। ପ୍ରାଥମିକ ଶିକ୍ଷାର ଅଗ୍ରଗତି ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା। ୧୯୯୨ ମସିହାରେ ତାଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଭାରତର ସ୍ୱାଧୀନତା ପରେ ସେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ସ୍ଥାପନା କରିଥିଲେ। ତାଙ୍କ ଜନ୍ମଦିନ ତଥା ‘ଜାତୀୟ ଶିକ୍ଷା ଦିବସ’ ଅବସରରେ ସାରା ଦେଶ ଆଜି ମୌଲାନା ଅବୁଲ କଲାମ ଆଜାଦଙ୍କୁ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories