www.samajalive.in
Sunday, December 7, 2025
14.1 C
Bhubaneswar

ତୁଳସୀବନ୍ଧ ପାଣିର ଦୁର୍ଗନ୍ଧରେ ଫାଟି ପଡୁଛି ନାକ 

ନର୍ଲା : ନର୍ଲା ବ୍ଲକ ଅନ୍ତର୍ଗତ ତୁଳାପଡା ଗ୍ରାମକୁ ଲାଗି ରହିଥିବା ଏକମାତ୍ର ପୋଖରୀ ତୁଳସୀ ବନ୍ଧର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ବନ୍ଧର ପାଣିକୁ ତୁଳାପଡାର ଶହଶହ ଲୋକ ବ୍ୟବହାର କରୁଥିବା ବେଳେ ସମସ୍ତେ ଏହାର ପାଣି ଉପରେ ନିର୍ଭରଶୀଳ । ଅନ୍ୟପଟେ ବ୍ଲକ ପ୍ରଶାସନ ଉକ୍ତ ପୋଖରୀକୁ ମାଛଚାଷ ପାଇଁ ଠିକା ଦେଇ ଭଲ ବ୍ୟବସାୟ କରୁଥିବା ବେଳେ ଶହଶହ ଲୋକଙ୍କର ଜୀବନ ବଞ୍ଚାଉଥିବା ପୋଖରୀର ପାଣି ପ୍ରତି ତିଳେହେଁ ଚିନ୍ତା ନାହିଁ । ବର୍ତ୍ତମାନ ମାଛଚାଷ ପାଇଁ ମଝିରେ ମଝିରେ ଜାଲ ପକେଇ ଏହି ବନ୍ଧରୁ ମାଛ ଧରା ଯାଉଛି ଓ ସେହି ଗୋଳିଆ ପାଣିକୁ ଲୋକେ ବ୍ୟବହାର କରୁଛନ୍ତି । ଖରା ଦିନରେ ତୁଳାପଡାଗ୍ରାମବାସୀଙ୍କ ପାଇଁ ଏକମାତ୍ର ସାହାରା ତୁଳସୀବନ୍ଧର ପାଣି ଦିନକୁଦିନ ଦୁର୍ଗନ୍ଧମୟ ହୋଇପଡୁଥିବା ବେଳେ କିଛି ଦିନ ହେଲା ଉତ୍କଟ ଦୁର୍ଗନ୍ଧରେ ନାକ ଫାଟି ପଡୁଛି ।  ଦୁର୍ଗନ୍ଧ ହେଉଥିବା ପାଣିକୁ ଲୋକେ ବାଧ୍ୟହୋଇ ଵ୍ୟଵହାର କରୁଛନ୍ତି । ଆଗାମୀ ଦିନରେ ପାଣିର କାରଣରୁ କୌଣସି ସଂକ୍ରମଣ ରୋଗ ହେବା ଆଶଙ୍କାକୁ ଏଡାଇଦିଆ ଯାଇନପାରେ । ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ମାଛଚାଷ ଠିକାକୁ ବାତିଲ କରିବା ସହ ଆଗାମୀ ଦିନରେ ସରକାରୀ ଠିକାରୁ ଉକ୍ତ ବନ୍ଧକୁ ମୁକ୍ତ କରିବାକୁ ସାଧାରଣରେ ଦାବୀ ହେଉଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories