www.samajalive.in
Tuesday, December 9, 2025
23.1 C
Bhubaneswar

ଯୁଦ୍ଧକାଳିନ ଭିତ୍ତିରେ କେବିକେରେ ଡାକ୍ତର ନିଯୁକ୍ତି ଦାବି ନଚେତ ଆନ୍ଦୋଳନ: ନରସିଂହ ସିଶ୍ର

ବଲାଙ୍ଗିର: କେବିକେ ଜିଲାରେ ଭୁଷୁଡିପଡିଛି ସ୍ୱାସ୍ଥ୍ୟସେବା। ଅନୁନ୍ନତ ଅଞ୍ଚଳର ବିକାଶ ପାଇଁ ଏହି ଅଞ୍ଚଳକୁ ଅଗ୍ରାଧିକାର ଦିଆଯିବା କଥା, ସ୍ୱାସ୍ଥ୍ୟସେବା ସୁଦୃଢ କରିବା ପାଇଁ ଡାକ୍ତର ନିଯୁକ୍ତି ଦେବା କଥା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ଅଞ୍ଚଳର ଡାକ୍ତରମାନଙ୍କୁ ଗଞ୍ଜାମ ବଦଳି କରି ନିଆଯାଇଛି। ଫଳରେ କେବିକେ ଅଞ୍ଚଳରେ ସ୍ୱାସ୍ଥ୍ୟସେବା କିପରି ଥିବ ତାହା ସହଜରେ ଅନୁମାନ କରାଯାଇପାରେ। କିଛି ଏହିଭଳି ଢଙ୍ଗରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର। ପ୍ରେସ ବିବୃତ୍ତି ମାଧ୍ୟମରେ ନରସିଂହ ନିଜ ପ୍ରତିକ୍ରିୟା ରଖି ରାଜ୍ୟ ସରକାରଙ୍କଠାରେ ନିଜ ଦାବି ଉପସ୍ଥାପନ କରିଛନ୍ତି।

ଅବିଭାଜିତ କେବିକେ ଅଞ୍ଚଳ ଆର୍ଥିକ ସ୍ତରରେ ବହୁତ ଦୁର୍ବଳ। ଏମାନଙ୍କୁ ରାଜ୍ୟର ଅନ୍ୟ ଅଞ୍ଚଳ ସହ ସମତୁଲ କରିବା ପାଇଁ ତତ୍କାଳୀନ କେନ୍ଦ୍ର ସରକାର କେବିକେ ଯୋଜନା ପ୍ରଣୟନ କରିଥିଲେ। ପଛୁଆ ଅଞ୍ଚଳର ସମାଜିକ, ଅର୍ଥନୈତିକ, ସାଂସ୍କୃତିକ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ବିକାଶ କରିବା ଏହି ଯୋଜନାର ଲକ୍ଷ୍ୟ ରହିଥିଲା। କିନ୍ତୁ ଏହି ଯୋଜନା ଫେଲ ମାରିଥିବା ଅଭିଯୋଗ କରିଛନ୍ତି ଶ୍ରୀ ମିଶ୍ର। ଯୋଜନା ବହୁତ ଦୂରରେ ରହିଥିବା ବେଳେ ସ୍ୱାସ୍ଥ୍ୟସେବାର ଅବସ୍ଥା କୋମାରେ ଥିବା ଦର୍ଶାଇଛନ୍ତି। ଅବିଭାଜିତ କେବିକେ ଜିଲ୍ଲା ଭିତରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ରାଏଗଡା, ମାଲକାନଗିରି, ବଲାଙ୍ଗିର ଓ ସୋନପୁର ରହିଛି। ଏହି ୮ଟି ଜିଲାରେ ସ୍ୱାସ୍ଥ୍ୟସେବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ପ୍ରତ୍ୟେକ ଜିଲ୍ଲାରେ ୧୦୦ ରୁ ଊର୍ଦ୍ଧ୍ବ ଲେଖାଏଁ ମଞ୍ଜୁରିପ୍ରାପ୍ତ ଡାକ୍ତର ପଦବୀ ଖାଲିପଡିଛି। କାଗଜପତ୍ରରେ ଡାକ୍ତର ନିଯୁକ୍ତ ଥିବା କୁହାଯାଉଥିବା ବେଳେ ସେମାନେ ଅନ୍ୟତ୍ର ଡେପୁଟେସନରେ କାମ କରୁଥିବା ଦେଖିବାକୁ ମିଳିଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ବଲାଙ୍ଗିର ଜିଲାର ଚୁଡାପାଲି ଡାକ୍ତରଖାନା ବୋଲି ଦର୍ଶାଇଛନ୍ତି। କାଗଜପତ୍ରରେ ଡାକ୍ତର ଅଛନ୍ତି କିନ୍ତୁ ସମସ୍ତେ ଡେପୁଟେସନରେ ରହିଛନ୍ତି। ଫଳରେ ଡାକ୍ତରଖାନାର ଆଉଟଡୋର ଓ ଇନଡୋର ରେଜିଷ୍ଟର ଖାଲିରହିଥିବା ସେ ଦେଖିବାକୁ ପାଇଛନ୍ତି। ଏହିଭଳି ଉଦାହରଣ ଅନେକ ରହିଛି ଯେଉଁଠାରେ ସମାନ ପରିସ୍ଥିତି ରହିଥିବା ସେ କହିଛନ୍ତି।

- Advertisement -

ପ୍ରତିଦିନ ଗଣମାଧ୍ୟମରେ ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟସେବାର ଚିତ୍ର ଦେଖିବାକୁ ମିଳିଥିବା ଏହାର ସମାଧାନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ସେ ଦର୍ଶାଇଛନ୍ତି। ଏଭଳି ଏକ ପରିସ୍ଥିତିରେ କରୋନା ଭୟ ଲୋକଙ୍କୁ ଘାରିଛି। ସ୍ୱାସ୍ଥ୍ୟଗତ ସଙ୍କଟ ଦେଖାଦେଇଥିବା ବେଳେ କେବିକେ ଅଞ୍ଚଳର ଡାକ୍ତର ମାନଙ୍କୁ ଅନ୍ୟତ୍ର ନିୟୋଜିତ କରିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହି ଅଞ୍ଚଳର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳିନ ଭିତ୍ତିରେ ଡାକ୍ତର ନିଯୁକ୍ତ କରିବା ପାଇଁ ସେ ଦାବି କରିଛନ୍ତି। ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ପ୍ରେସ ବିବୃତ୍ତି ମାଧ୍ୟମରେ ଚେତାବନୀ ଦେଇଛନ୍ତି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories