କାମାକ୍ଷାନଗରରେ ନନ୍ଦିଘୋଷର ରଥର ଚକ

କାମାକ୍ଷାନଗର,- ପୁରୀ ରଥଯାତ୍ରାର ମହାପ୍ରଭୂ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଗୋଟିଏ ଚକ କାମାକ୍ଷାନଗର ଜଗନ୍ନାଥ ମନ୍ଦିର ପରିସରରେ ପହଞ୍ଚିଛି । ପୁରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଗତ ୦୩.୧୦.୨୩ ରିଖରେ ଏ ସଂପର୍କରେ କାମାକ୍ଷାନଗର ଜଗନ୍ନାଥ ମନ୍ଦିର କମିଟିକୁ ଚିଠି ଦ୍ବାରା ଜଣାଇଥିଲେ ।

ଚିଠି ପାଇବା ପରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସଦସ୍ୟ ମାନେ ପୁରୀରେ ପହଞ୍ଚି ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଠାରୁ ଚକ ଗ୍ରହଣ କରିଥିଲେ । କାମାକ୍ଷାନଗର ଜଗନ୍ନାଥ ମନ୍ଦିର ଅଭିମୂଖେ ଆଣିବା ସମୟରେ ବାଟରେ ରେକୁଳା ଠାରୁ ସଙ୍କୀର୍ତ୍ତନ ମଣ୍ଡଳୀ ସହ ଚକକୁ ସ୍ବାଗତ କରି ସହର ପରିକ୍ରମା କରାଯାଇଥିଲା । ଚକକୁ ମନ୍ଦିରକୁ ଅଣାଯାଇ ମନ୍ଦିର ପରିସରରେ ରଖାଯାଇଛି ।

Comments are closed.