ଆସେସ୍ ସିରିଜ୍ – ଜର୍ସିରେ ଲେଖାହେବ ନାମ, ନମ୍ବର
ଲଣ୍ଡନ୍: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଆସେସ୍ ସିରିଜ୍ ପାଇଁ କ୍ରିକେଟର୍ ପିନ୍ଧିବା ଜର୍ସିରେ ସେମାନଙ୍କ ନାମ ଓ ନମ୍ବର ଲେଖାଯିବ। ଟେଷ୍ଟ କ୍ରିକେଟ୍କୁ ଅଧିକ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ପ୍ରଥମ କରି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଦିନିକିଆ ଓ ଟ୍ବେଣ୍ଟି୨୦ରେ ଜର୍ସିରେ କ୍ରିକେଟଙ୍କ ନାମ ଓ ନମ୍ବର ପୂର୍ବରୁ ରହି ଆସୁଛି।
ଆସେସ୍ ସିରିଜ୍ ସମୟରେ କ୍ରିକେଟର୍ଙ୍କ ଜର୍ସିରେ ନାମ ଓ ନମ୍ବର ରହିବ ବୋଲି ଇଂଲଣ୍ଡ କ୍ରିକେଟ୍ ବୋର୍ଡର ଅଫିସିଆଲ୍ ଟ୍ବିଟର୍ ଆକାଉଣ୍ଟରେ ଦର୍ଶାଯାଇଛି। ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ୍ଙ୍କ ନମ୍ବର ଓ ନାମ ଥିବା ଜର୍ସିର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଛି। ଅନ୍ୟପକ୍ଷରେ ଟେଷ୍ଟ କ୍ରିକେଟ୍ ଜର୍ସିରେ କ୍ରିକେଟର୍ଙ୍କ ନାମ ଓ ନମ୍ବର ରହିବା ବିଷୟକୁ ନେଇ କ୍ରିକେଟ୍ପ୍ରେମୀମାନେ ଭିନ୍ନଭିନ୍ନ ମତପୋଷଣ କରିଛନ୍ତି। ଦିନିକିଆ ଓ ଟ୍ବେଣ୍ଟି୨୦ ପରି ଟେଷ୍ଟ କ୍ରିକେଟ୍ରେ ମଧ୍ୟ ପରିବର୍ତ୍ତନ ନିହାତି ଆବଶ୍ୟକ ବୋଲି କେତେକ କ୍ରିକେଟ୍ପ୍ରେମୀ ଟ୍ବିଟର୍ରେ ଦର୍ଶାଇଥିବା ବେଳେ କ୍ରିକେଟର୍ଙ୍କ ନାମ ଓ ନମ୍ବର ଥିବା ଜର୍ସି ଦ୍ବାରା ଟେଷ୍ଟ କ୍ରିକେଟର୍ ଲୋକପ୍ରିୟତା କିପରି ବଢ଼ିବ ବୋଲି ଆଉ କେତେକ ପ୍ରଶ୍ନ ଉଠାଇଛନ୍ତି।
Comments are closed.