ଭାରତରେ ସଂଖ୍ୟାଲଘୁ ସୁରକ୍ଷିତ : ମୁଖତାର ଆବାସ ନକବୀ

0

ନୂଆଦିଲ୍ଲୀ : ସଂଖ୍ୟଲଘୁ ମାନଙ୍କ ପାଇଁ ଭାରତ ସବୁଠାରୁ ସୁରକ୍ଷିତ ଦେଶ ବୋଲି କେନ୍ଦ୍ର ମନ୍ତ୍ରୀ ମୁଖତାର ଆବାସ ନକବୀ କହିଛନ୍ତି। ଉତ୍ତର ଭାରତର ଚର୍ଚ୍ଚର ଏକ ସମାରୋହରେ ଯୋଗଦେଇ ଦିଲ୍ଲୀର ଅର୍କବିଷପ (ଚର୍ଚ୍ଚ ପାଦ୍ରି)ଙ୍କ ଅଭିଯୋଗକୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ନକବୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଏପରି ଲୋକଙ୍କଯୋଗୁଁ ଭାରତର ବତାବରଣ ଖରାପ ହୋଉଛି। ତେଣୁ ଏଭଳି ଲୋକଙ୍କଠାରୁ ଭାରତକୁ ରକ୍ଷାକରିବା ଦରକାର। ସବୁ ସମ୍ପ୍ରଦାୟଙ୍କ ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କ ସହ ସମସ୍ତଙ୍କ ବିକାଶ (ସବକା ସାଥ, ସବକା ବିକାଶ)ର ନୀତିସହ କାମ କରୁଛନ୍ତି। ଭାରତରେ କୌଣସି ଭୟର ବାତାବରଣ ନାହିଁ ଏବଂ ଭାରତର ନାଗରିକଙ୍କ ଡିଏନ୍‍ଏରେ ଭେଦଭାବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଉଲ୍ଲେଖ ଯେ ଝାଡଖଣ୍ଡ ନିର୍ବାଚନର କିଛିଦିନ ପୂର୍ବରୁ ଅର୍କବିଷପ ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ପତ୍ର ଲେଖି ଭାରତରେ ରାଜନୈତିକ ବାତାବରଣ ସଂଖ୍ୟାଲଘୁଙ୍କ ପାଇଁ ପ୍ରତିକୂଳ ରହିଛି। ଏଥିଯୋଗୁଁ ସଂଖ୍ୟାଲଘୁ ଲୋକମାନେ ଆତଙ୍କିତ ଅଛନ୍ତି ଓ ଗଣତନ୍ତ୍ର ମୂଲ୍ୟବୋଧରେ ହ୍ରାସ ପାଇଛି। ଏଥିରୁ ମୁକ୍ତି ପାଇଁ ସମୂହ ପ୍ରାର୍ଥନା କରିବାକୁ ନିବେଦନ କରିଥିଲେ। ଅର୍ଥାତ ମୋଦିଙ୍କ ଶାସନ ସଂଖ୍ୟାଲଘୁଙ୍କ ବିରୋଧୀ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ପତ୍ର ଏବେ ଚର୍ଚ୍ଚାର ବିଷୟ ହୋଇଛି।

Leave A Reply