www.samajalive.in
Monday, December 15, 2025
24.1 C
Bhubaneswar

ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ନେଲପଲିସ୍ ନଖରେ ପକାଇଥାଏ କୁପ୍ରଭାବ

ବିଶେଷ କରି ଝିଅମାନେ ପାଦ ଓ ହାତର ସୌନ୍ଦର୍ଯ୍ୟ ବଢାଇବା ପାଇଁ ନେଲପଲିସ ଲଗାଇ ଥାଆନ୍ତି। ଆଜିକାଲି ବଜାରରେ ବିଭିନ୍ନ ରଙ୍ଗର ନେଲପଲିସ୍‌ ଉପଲବ୍ଧ। ଝିଅମା​‌ନେ ନଖକୁ ବେଶୀ ସୁନ୍ଦର କରିବା ପାଇଁ ବର୍ତ୍ତମାନ ସେଥିରେ ନେଲ ଆର୍ଟ କରୁଛନ୍ତି। ଏବେ ତାହା ଅଧିକ ଟ୍ରେଣ୍ଡରେ ଚାଲିଛି। କିନ୍ତୁ ନଖର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ନେଲପଲିସ୍‌ ନଖରେ ଖରାପ ପ୍ରଭାବ ପକାଇଥାଏ।

ତେବେ ଆସନ୍ତୁ ଜାଣିବା, ନେଲପଲିସ୍‌ ଲଗାଇବା ଦ୍ବାରା କ’ଣ କ୍ଷତି ହୋଇଥାଏ …

- Advertisement -

ବାରମ୍ବାର ନେଲ୍‌ପଲିସ ଲଗାଇବା ଦ୍ୱାରା ନଖ ଶୁଷ୍କ ହୋଇଯାଏ। ପରବର୍ତ୍ତୀ ସମୟରେ ନଖ ହଳଦିଆ ପଡ଼ିଯାଏ।

ନେଲ୍‌ପଲିସରେ ଫର୍ମାଲଡିହାଇଡ୍‌, ଡେବ୍ୟୁଟିଲ ଫେଥଲେଟ୍‌ ଏବଂ ଟାଲ୍ୟୁଇନ୍‌ ପରି ରାସାୟନିକ ପଦାର୍ଥ ରହିଛି।

ଯାହା ନଖରେ ସମସ୍ୟା ସୃଷ୍ଟି କରିଥାଏ। ନେଲ୍‌ପଲିସରେ ଥିବା ଟାଲ୍ୟୁଇନ୍‌ ସବୁଠାରୁ ଅଧିକ କ୍ଷତିକାରକ ଅଟେ।

ଏହା ଶରୀରରେ ଶିରା ପ୍ରଶିରା ଠାରୁ ଆରମ୍ଭ କରି ମସ୍ତିଷ୍କ ପର୍ଯ୍ୟନ୍ତ କ୍ଷତି ପହଞ୍ଚାଇ ଥାଏ।

ଟାଲ୍ୟୁଇନ୍‌ ପ୍ରଭାବରେ ଥଣ୍ଡା, ଦେହହାତ ଦରଜ, ମୁଣ୍ଡ ବୁଲାଇବା ଏବଂ ହାଲିଆ ଲାଗିବା ପରି ଅନୁଭବ ହୋଇଥାଏ।

ଏହାସହ ଟାଲ୍ୟୁଇନ୍‌ କିଡ୍‌ନୀ, ଲିଭର ଏବଂ ପ୍ରଜନନ ପ୍ରତି କୁପ୍ରଭାବ ପକାଇଥାଏ।

ଫର୍ମାଲଡିହାଇଡ୍‌ ଏକ ରଙ୍ଗହୀନ ଗ୍ୟାସ ଅଟେ। ଏହାଦ୍ବାରା ନେଲ୍‌ପଲିସ ଦୀର୍ଘ ଦିନ ପର୍ଯ୍ୟନ୍ତ ନଖରୁ ଛାଡ଼େ ନାହିଁ। ଏହାକୁ ବ୍ୟବହାର କରିବା ଦ୍ୱାରା କ୍ୟାନସର ଏବଂ ଅନ୍ୟ ରୋଗ ମଧ୍ୟ ହୋଇଥାଏ।

କୌଣସି ଉତ୍ସବରେ ଯୋଗ ଦେବାର ଥିଲେ ଅଧିକାଂଶ ଝିଅ ଶୀଘ୍ର ନେଲ୍‌ପଲିସ ଛଡ଼ାଇବା ପାଇଁ ରିମୁଭର ବ୍ୟବହାର କରିଥାନ୍ତି। ଏପରି କରିବା ଦ୍ୱାରା ନଖର ମସୃଣ କମିବା ସହ ଶୀଘ୍ର ଭାଙ୍ଗିଯାଇଥାଏ।

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories