ନାଗାଲାଣ୍ଡରେ ଏନଡିପିପି-ବିଜେପି ସରକାର !

0

କୋହିମା : ନାଗାଲାଣ୍ଡରେ ଏନଡିପିପିି (ନ୍ୟାସନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରେସିଭ୍‌ ପାର୍ଟି) ଓ ବିଜେପି ମେଣ୍ଟ ସରକାର ଗଠନ କରିବା ନିଶ୍ଚିତ ହୋଇପଡିଛି। ମଙ୍ଗଳବାର ବିଜେପି ପ୍ରତିନିଧିମଣ୍ଡଳ ରାଜ୍ୟପାଳ ପି.ବି.ଆଚାର୍ଯ୍ୟଙ୍କୁ ଭେଟି ଏନ୍‌ଡିପିପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନିଫିଉ ରିଓଙ୍କ ପଛରେ ଦଳର ୧୨ ଜଣ ବିଧାୟକଙ୍କ ସମର୍ଥନ ରହିଛି ବୋଲି ଉଲ୍ଲେଖ କରାଯାଇଥିବା ପତ୍ର ହସ୍ତାନ୍ତର କରିଛି। ମାର୍ଚ୍ଚ ୩ରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷିତ ହେବାପରେ ଉଭୟ ଏନଡିପିପି-ବିଜେପି ଓ ଏନ୍‌ପିଏଫ୍‌ (ନାଗାଲାଣ୍ଡ ପିପୁଲ୍‌ସ ଫ୍ରଣ୍ଟ) ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏନଡିପିପି-ବିଜେପି ମେଣ୍ଟରେ ୩୪ ଜଣ ବିଧାୟକଙ୍କ ସମର୍ଥନ ରହିଥିବାବେଳେ ଏନ୍‌ପିଏଫ୍‌ର ୨୬ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ସରକାର ଗଠନ ପାଇଁ ଏନଡିପିପି-ବିଜେପି ମେଣ୍ଟର ନେତା ରିଓଙ୍କୁ ଆମନ୍ତ୍ରଣ କରିବାର ସମ୍ଭାବନା ଉଜ୍ଜ୍ୱଳ ହୋଇଉଠିଛି। ନାଗାଲାଣ୍ଡରେ ସରକାର ଗଠନ ନେଇ ରାଜନୈତିକ ଅଚଳାବସ୍ଥା ଦେଖାଦେଇଥିଲା। ଗତ ରବିବାର ଉଭୟ ଏନଡିପିପି-ବିଜେପି ମେଣ୍ଟ ଓ ଏନ୍‌ପିଏଫ୍‌ ନେତୃବୃନ୍ଦ ରାଜ୍ୟପାଳଙ୍କୁ ପୃଥକଭାବେ ଭେଟି ସେମାନଙ୍କ ପଛରେ ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ରହିଥିବାରୁ ସେମାନଙ୍କୁ ସରକାର ଗଠନ ପାଇଁ ଅନୁମତି ଦିଆଯାଉ ବୋଲି ଦାବି କରିଥିଲେ। ତେବେ ୪୮ ଘଣ୍ଟା ମଧ୍ୟରେ ସମର୍ଥନ ଜଣାଉଥିବା ବିଧାୟକଙ୍କ ଦସ୍ତଖତ ଥିବା ପତ୍ର ଦାଖଲ କରିବାକୁ ରାଜ୍ୟପାଳ ଉଭୟ ପକ୍ଷଙ୍କୁ ନିର୍ଦେଶ ଦେଇଥିଲେ।

Leave A Reply