www.samajalive.in
Tuesday, December 9, 2025
19.1 C
Bhubaneswar

ନିଜେ ନମିଶି ପୁଅକୁ ବିଜେଡିରେ ମିଶାଇଲେ ନାଚିକା ଲିଙ୍ଗା

ଲକ୍ଷ୍ମୀପୁର : କୋରାପୁଟ ଜିଲା ନାରାୟଣପାଟଣା ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ଶୁକ୍ରବାର ବିଜୁ ଜନତା ଦଳରେ ମିଶିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଏପରିକି ନାଚିକା ତାଙ୍କ ପୁଅ ରବି ନାଚିକାଙ୍କ ସହିତ ଅନେକ ସମର୍ଥକମାନଙ୍କୁ ନେଇ ଗୁରୁବାର ଭୁବନେଶ୍ବର ଅଭିମୁଖେ ଯାଇଥିଲେ। ତେବେ ଶେଷ ମୁହୂର୍ତ୍ତରେ ନାଚିକା ଲିଙ୍ଗା ନିଜେ ବିଜେଡିରେ ସାମିଲ ନହୋଇ ତାଙ୍କ ପୁଅ ରବିଙ୍କୁ ବିଜେଡ଼ିରେ ସାମିଲ କରାଇଥିବା ଜଣାପଡ଼ିଛି। ତେବେ ନାଚିକା ନିଜେ ମଧ୍ୟ ବିଜେଡିରେ ଯୋଗ ଦେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସେ ନମିଶି ତାଙ୍କ ପୁଅକୁ ସାମିଲ କରାଇ କିଛି ବାଟ ଦୂରରେ ରହିଥିବା ଜଣାପଡ଼ିଛି। ତେବେ ଯେହେତୁ ବର୍ତ୍ତମାନ ପୁଅ ଶାସକ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଆଗାମୀ ଦିନରେ ନାଚିକା ନିଶ୍ଚିତ ବିଜେଡିରେ ଯୋଗଦେବେ ଏଥିରେ ସନ୍ଦେହ ନାହିଁ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories