‘୮୦ବର୍ଷର ଓଡିଶା ବଜେଟ୍- ଏକ ସ୍ମରଣୀୟ ପ୍ରକାଶନ’ ଉନ୍ମୋଚିତ

0

ଭୁବନେଶ୍ବର: ‘୮୦ବର୍ଷର ଓଡିଶା ବଜେଟ୍- ଏକ ସ୍ମରଣୀୟ ପ୍ରକାଶନ’ ପୁସ୍ତକଟି ଉନ୍ମୋଚିତ ହୋଇଯାଇଛି । ସୋମବାର ଜୟଦେବ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକରେ ଓଡିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ନିଜର ଅସ୍ତିତ୍ଵ ଜାହିର କରିବା ଦିନଠୁ ଏଯାବତ୍ ଅତିକ୍ରମ କରିଥିବା ୮୦ ବର୍ଷରୁ ଉର୍ଦ୍ଧ୍ବ ସମୟ ମଧ୍ୟରେ ରାଜ୍ୟର ଆର୍ଥିକ ପରିଚାଳନା ଓ ବଜେଟ ଉପରେ ଆଲୋକପାତ କରାଯାଇଛି ।

ଏହି ପୁସ୍ତକ ମାଧ୍ୟାମରେ ବିଭିନ୍ନ ତଥ୍ୟ ଓ ଉପାଖ୍ୟାନ ସହ ରାଜ୍ୟ ପ୍ରଗତିର ଚିତ୍ର ପ୍ରଦାନ କରାଯାଇଛି ।  ଏହି ଅବସରରେ ନବୀନ କହିଛନ୍ତି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ଏହି ୮୦ ବର୍ଷ ମଧ୍ୟରେ ଓଡିଶାର ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ  ଅନେକ ପ୍ରଗତି ପରିଲକ୍ଷିତ ହୋଇଛି । ଦାରିଦ୍ର୍ୟ ନିରାକରଣ କ୍ଷେତ୍ରରେ ରାଜ୍ୟ ସରକାର ଉଲ୍ଲେଖନୀୟ କାର୍ୟ୍ୟ କରୁଛନ୍ତି ।

୧୯୩୬ ମସିହାରେ ରାଜ୍ୟର ବଜେଟ୍ ପରିମାଣ ୧ କୋଟି ୭୭ ଲକ୍ଷ ଟଙ୍କା ଥିଲା । ୨୦୧୮ରେ ବଜେଟ ପରିମାଣ ୧ଲକ୍ଷ ୨୦ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଚଳିତ ଶତାବ୍ଦୀ ପ୍ରାରମ୍ଭରେ ବିଜେଡି ସରକାର  କ୍ଷମାତାକୁ ଆସିବା ବେଳେ ବଜେଟ ପରିମାଣ ଥିଲା ୧୪ହଜାର କୋଟି ଟଙ୍କା । ଏହି ପୁସ୍ତକ ଗବେଷକ ଓ ବୁଦ୍ଧିଜୀବୀଙ୍କ ପାଇଁ ଉପାଦାୟ ସାବ୍ୟସ୍ତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ କହିଛନ୍ତି ।

Leave A Reply