www.samajalive.in
Sunday, December 7, 2025
14.1 C
Bhubaneswar

ନବରଙ୍ଗପୁର ଜିଲାର ପ୍ରଯୁକ୍ତି ଓ କ୍ରୀଡ଼ା ଭିତ୍ତିଭୂମି ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ନବରଙ୍ଗପୁର ଜିଲା ଗସ୍ତରେ ଯାଇ ଜିଲାର ସୂଚନା ପ୍ରଯୁକ୍ତି ଏବଂ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ଆଜି ଅପରାହ୍ଣରେ ଜିଲା ସର୍କିଟ୍‌ ହାଉସଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ବେହେରା ଜିଲାରେ ମୋବାଇଲ୍‌ ନେଟ୍‌ୱାର୍କର ସ୍ଥିତି, ବିଭିନ୍ନ ଗ୍ରାମାଞ୍ଚଳକୁ ଇଣ୍ଟରନେଟ୍‌ ସୁବିଧା ସହ ଜିଲ୍ଲାର ଆଇଟି ଭିତ୍ତିଭୂମିର ସୁଦୃଢ଼ୀକରଣ ନେଇ ଆଲୋଚନା କରିଥିଲେ। ଏଥି ସହ ଜିଲାରେ ଖେଳପଡ଼ିଆର ବିକାଶ, ତୃଣମୂଳସ୍ତରରୁ ଖେଳାଳୀ ଚୟନ, କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ଖେଳାଳୀମାନଙ୍କୁ ଆଧୁନିକ ତାଲିମ ଜରିଆରେ ଜିଲାର ଅଧିକ ଖେଳାଳୀ ସୃଷ୍ଟି କରିବା ସହ ସ୍ଥାନୀୟ କ୍ରୀଡ଼ାର ବିକାଶ ପାଇଁ କ’ଣସବୁ ପଦକ୍ଷେପ ନିଆଯାଇପାରିବ ସେ ନେଇ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।ଆଜିର ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାପାଳ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲା କ୍ରୀଡ଼ା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

 

- Advertisement -

ଆସନ୍ତାକାଲି ମନ୍ତ୍ରୀ ଶ୍ରୀ ବେହେରା ଉମରକୋଟ ବ୍ଲକ୍‌ ଗସ୍ତ କରିବା ସହ ସ୍ଥାନୀୟ ଅଧିକାରୀ, ପଞ୍ଚାୟତିରାଜ ପ୍ରତିନିଧି ଏବଂ ସ୍ଥାନୀୟ କ୍ରୀଡ଼ାବିତ୍‌ଙ୍କୁ ଭେଟିବା ସହ ଅଞ୍ଚଳର କ୍ରୀଡ଼ା ଭିତ୍ତିଭୂମି ଏବଂ ସୂଚନା ପ୍ରଯୁକ୍ତିର ବିକାଶ ନେଇ ଆଲୋଚନା କରିବେ। ସେହିପରି ଆସନ୍ତା ୭ ତାରିଖରେ ମନ୍ତ୍ରୀ ଚନ୍ଦାହାଣ୍ଡି ବ୍ଲକ୍‌ ଗସ୍ତ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories