ଜିଲାସ୍ତରୀୟ ବେଟି ବଞ୍ଚାଅ -ବେଟି ପଢାଅ କର୍ମଶାଳା
ନବରଙ୍ଗପୁର : ସମଗ୍ର ଭାରତ ବର୍ଷରେ କନ୍ୟା ସନ୍ତାନ ମାନଙ୍କର ସୁରକ୍ଷା ଓ ସୁନେଲି ଭବିଷ୍ୟତ ଗଠନ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଜଯୋଗ ରେ ଚାଲୁଥିବା ବେଟି ବଞ୍ଚାଅ ବେଟି ପଢାଅ ଅଭିଯାନ ର ସଫଳ ରୂପାୟନ ନିମନ୍ତେ ଆଜି ନବରଙ୍ଗପୁରର ଜିଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଏକ ଜିଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲା ଶିଶୁ ସୁରକ୍ଷା ୟୁନିଟି ଆନୁକୁଲ୍ୟରେ ହୋଇଥିବା ଏହି କର୍ମଶାଳାରେ ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ମୁଖ୍ଯଅତିଥି ଭାବରେ ଯୋଗଦେଇ ଏହି କର୍ମଶାଳାକୁ ଉଦଘାଟନ କରିଥିଲେ । ନବରଙ୍ଗପୁର ଜିଲାରେ ଝିଅ ମାନଙ୍କର ସୁରକ୍ଷା ଓ ପାଠପଢା ଉପରେ ଗୁରୁତ୍ୱ ଦେଇଥିଲେ ।
କର୍ମଶାଳାରେ ଜିଲା ପାଳ ଡଃ. କମଳ ଲୋଚନ ମିଶ୍ର ଅଧ୍ୟକ୍ଷତା କରି କହିଲେଯେ, ଜିଲାର ପ୍ରତ୍ଯେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ନବରଙ୍ଗପୁର ଜିଲାରେ ପୁରୁଷ ମାନଙ୍କ ତୁଳନା ରେ ମହିଳା ମାନଙ୍କ ସଂଖ୍ୟା ଅଧିକ । କିନ୍ତୁ ବାଲ୍ୟବିବାହ ରୋକିବା ପାଇଁ ଜିଲା ରେ ସମସ୍ତ ବିଭାଗ ଗୁଡିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷାକରି ଆହୁରି ଅଧିକ କାର୍ଯ୍ୟ କରିବାକୁ ପଡିବ । ଜିଲ।ରେ ବାଳିକା ମାନଙ୍କ ପ୍ରତି ଆମର ପାରମ୍ପରିକ ଚିନ୍ତା ଧାରା ଓ ନାରୀ ଶିକ୍ଷାର ଅଭାବ ଏବଂ ସଚେତନତା ର ଅଭାବ ଯୋଗୁଁ ଜିଲ।ରେ ବାଲ୍ୟବିବାହ ହେଉଛି ବୋଲି ମତବ୍ୟକ୍ତ କରିବା ସହିତ ଜିଲାର ସମସ୍ତ ବ୍ଲକ ଗୁଡିକରେ ଶିଶୁମିତ୍ର ପଞ୍ଚାୟତ ଗଠନ ସହିତ,ପ୍ରତି ପରିବାରରେ ଝିଅଟିଏ ଜନ୍ମ ହେଲେ ତାହା ପାଇଁ ଗଛଟିଏ ଲଗାଇବା ନିମନ୍ତେ ଉପସ୍ଥିତ ଜିଲା ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି ।
ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ବୈଠକ ପ୍ରାରମ୍ଭରେ ସୂଚନା ଦେଇ କହିଥିଲେ ଯେ ,ଆମ ଜିଲରେ ଯଦିଓ ପୁରୁଷ ମାନଙ୍କ ତୁଳନା ରେ ମହିଳା ମାନଙ୍କ ସଂଖ୍ୟା ଅଧିକ ତଥାପି ଜିଲ।ରେ ବାଳିକା ମାନଙ୍କର ଶିକ୍ଷା ଓ ବାଲ୍ୟବିବାହକୁ ରୋକିବା ଦିଗରେ ଏହି ବେଟି ବଞ୍ଚାଅ ବେଟି ପଢାଅ ଅଭିଯାନ କାର୍ଯ୍ୟ କରିବ । ଜିଲରେ ଆଗାମୀ ଦିନରେ ବେଟି ବଞ୍ଚାଅ ବେଟି ପଢାଅ କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ଭାବରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବା ସହିତ ବାଲ୍ୟ ବିବାହକୁ ‘ନା’ ବିଦ୍ୟାଳୟ କୁ ‘ହଁ ‘ଅଭିଯାନ କୁ ଏହାତ୍ୱରାନ୍ବିତ କରିବ ବୋଲି କହିଥିଲେ । ପରେ ଆକ୍ସନଏଡ ର ଜିଲା ପରାମର୍ଶଦାତା ଫକିର ଚରଣ ରାଉତ ସରକାରଙ୍କର ବେଟି ବଞ୍ଚାଅ ବେଟି ପଢାଅ କାର୍ଯ୍ୟକ୍ରମ ରେ ଥିବା ଜିଲା , ବ୍ଲକ ଓ ପଞ୍ଚୟତସ୍ତର କାର୍ଯ୍ୟକ୍ରମ ଗୁଡିକ ଉପରେ ବିଷଦ ଭାବରେ ଉପସ୍ଥାପନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ପ୍ରଶାନ୍ତ ରାଉତ ,ଉପ ଆରକ୍ଷୀ ଅଧିକ୍ଷକ ପୁରୁଷୋତ୍ତମ ଭୋଇ ,ଜିଲା ସମାଜ କଲ୍ଯାଣ ଅଧିକାରୀ କମଳା କୁମାରୀ ପଟ୍ଟନାୟକ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ,ଜିଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି ,ଜିଲା ଶିଶୁମଙ୍ଗଳ ସମିତିର ଅଧକ୍ଷା ଅଜନ୍ତା ପ୍ରିୟଦର୍ଶନି , ଜିଲା ନିୟୋଜନ ଅଧିକାରୀ ଆନନ୍ଦ ପଲାଇ , ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ,ଜିଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ନବକିଶୋର ବେହେରା, ବାଲ୍ୟବିବାହ ନିଷେଧ ଅଧିକାରୀ ଏସ. ଗୀତା, ସୁରମା ମହାପାତ୍ର ,ସସ୍ମିତା ମହାନ୍ତି ,ଗୀତା ମହାରଣା , ସଂଯୁକ୍ତା ବେହେରା, ଗୀତାରାଣୀ ମିଶ୍ର , କାଞ୍ଚନପଣ୍ଡା , ବିରଜା ମୋହିନୀ ପାଙ୍ଗି, ସୁଦର୍ଶନୀ ରଥ ,ଜିଲା ଶିକ୍ଷା ବିଭାଗ ତରଫରୁ ଚିତରଞ୍ଜନ ପଟ୍ଟନାୟକ , ପିରାମଲ ଫାଉଣ୍ଡସନର ଜିଲା ସଂଯୋଜକ ଦେବବ୍ରତ ଆଚାର୍ଯ୍ୟ ଓ ଜିଲା ଶିଶୁ ସୁରକ୍ଷା ୟୁନିଟିର କୁନିମଣୀ ସ୍ଵାଇଁ , କିଶୋର ମାର୍ଥା ପ୍ରମୁଖ ଉପସ୍ତିତ ରହିବା ସହିତ ଆଲୋଚନାରେ ଅଂଶଗ୍ରହଣ କରି ଜିଲ।ରେ ବେଟି ବଞ୍ଚାଅ ବେଟି ପଢାଅ ଏବଂ ବାଲ୍ୟ ବିବାହ ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ ।
Comments are closed.