ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବିରୋଧରେ ମିଥ୍ୟା ଅଭିଯୋଗକୁ ପ୍ରତିବାଦ

ନବରଙ୍ଗପୁର: ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ବିରୋଧରେ କରାଯାଇଥିବା ମିଥ୍ୟା ଅଭିଯୋଗକୁ ପ୍ରତିବାଦ କରିବା ସହିତ ଏ ନେଇ ଜିଲ୍ଲାପାଳଙ୍କୁ ଭେଟି ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ(ଓଷ୍ଟା) ,ନବରଙ୍ଗପୁର ଜିଲ୍ଲା ପକ୍ଷରୁ ଲିଖିତ ଭାବେ ଜଣାଇଛନ୍ତି । ବ୍ଲକଗ୍ରାଣ୍ଟ ଶିକ୍ଷକ/ କର୍ମଚାରୀ ସଂଗଠନ ନାମରେ କିଛି ଶିକ୍ଷକ ଓ କର୍ମଚାରୀ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ବିରୋଧରେ ଏକ ଲିଖିତ ମିଥ୍ୟା ଅଭିଯୋଗ ଜିଲ୍ଲା ପାଳଙ୍କର ନିକଟରେ କରାଯାଇଛି ।

ଏହା ଏକ ପଞ୍ଜିକୃତ ସଂଗଠନ ନୁହେଁ  କିମ୍ବା ଗଣତାନ୍ତ୍ରୀକ ପଦ୍ଧତିରେ ଗଠିତ ନୁହେଁ । ଗତ କିଛି ବର୍ଷ ହେଲା କେତେକ ଶିକ୍ଷକ /କର୍ମଚାରୀ ମାନଙ୍କର ଦୁର୍ବଳତାର ସୁଯୋଗ ନେଇ ସେମାନଙ୍କୁ ସଂଗଠିତ କରି  ଅଭିଯାଗପତ୍ରରେ ଉଲ୍ଲେଖଥିବା ସମ୍ପାଦକ ଜିଲ୍ଳା ମୁଖ୍ୟାଳୟରେ ରହି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଅସାଧୁ କାର୍ଯ୍ୟ କରି ଆସୁଥିଲେ । ତତକାଳୀକ ଶିକ୍ଷା ଅଧିକାରୀ ମଧ୍ୟ ତାଙ୍କୁ ସହଯୋଗ କରି ଆସୁଥିଲେ ।  ଏସଂପର୍କରେ ଜିଲ୍ଲାପାଳଙ୍କର ନିକଟରେ ମଧ୍ୟ ଅନେକ ଅଭିଯୋଗ ରହିଛି । ବର୍ତ୍ତମାନ ଶିକ୍ଷା ଅଧିକାରୀ ଜଣେ ଦକ୍ଷ, ସଚ୍ଚୋଟ , କର୍ତ୍ତବ୍ୟନିଷ୍ଠ ଶିକ୍ଷାଧିକାରୀ ଭାବେ କାର୍ଯ୍ୟାଳୟରେ ଚାଲିଥିବା ଅସଙ୍ଗତୀ ଦୂର କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି  । ତାଙ୍କର ଏହି କାର୍ଯ୍ୟରେ କିଛି ଅସାଧୁ ଶିକ୍ଷକଙ୍କର ସ୍ୱାର୍ଥରେ ବାଧା ସୃଷ୍ଟି କରୁଛି ।

ଅଭିଯୋଗକାରୀଙ୍କର ପୂର୍ବ କାର୍ଯ୍ୟକଳାପକୁ ସହଯୋଗ ନକରିବାରୁ  ଅଫିସ କର୍ମଚାରୀଙ୍କର ବିରୋଧରେ ଏକ ମିଥ୍ୟା ଅଭିଯୋଗ ଆଣି ପବିତ୍ର ଶିକ୍ଷା ବିଭାଗକୁ ବଦନାମ କରିବା ପାଇଁ ଏକ ପ୍ରକାର ଚକ୍ରାନ୍ତ  କରିଛନ୍ତି ।  ଅଭିଯୋଗ କରାଯାଇଥିବା ଦରମା ଓ ବକେୟା ଦରମା ପ୍ରଦାନ ତଥ୍ୟ ସଂପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ ଅଟେ । ଏହାର ପ୍ରକୃତ ସତ୍ୟାସତ୍ୟ ତର୍ଜମା କରି ଜିଲ୍ଲା ଶିକ୍ଷାଧିକାରୀଙ୍କର କାର୍ଯ୍ୟାଳୟର ପବିତ୍ର ଭାବମୂର୍ତ୍ତିକୁ ଅକ୍ଷୁଣ୍ଣ ରଖିଲେ ଶିକ୍ଷକ ମାନେ ଉପକୃତ ହେବେ ବୋଲି ଓଷ୍ଟା ପକ୍ଷରୁ  ଦର୍ଶାଯାଇଛି ।  ଏହି ଅବସରରେ ଜିଲ୍ଳାପାଳ ଡଃ.କମଳ ଲୋଚନ ମିଶ୍ରଙ୍କୁ  ଭେଟି ସଂଘର କର୍ମକର୍ତ୍ତା ମାନେ ଲିଖିତ ଭାବେ ଜଣାଇଛନ୍ତି ।

ଏହାର ତଦନ୍ତ କରି ପଦକ୍ଷେପ ନିଆଯିବବୋଲି ଜିଲ୍ଳାପାଳ କହିଛନ୍ତି । ସଂଘ ସଭାପତି ଦୁଲାଲ ବାରୋଇ, ସମ୍ପାଦକ ସନ୍ତୋଷ କୁମରେ ସାହୁ, ରାଜ୍ୟ  ଉପସଭାପତି ବଂଶୀଧର ଭୂୟାଁ , ଜିଲ୍ଳା ଉପସଭାପତି ମିହିରକାନ୍ତ ଢାଲି, ରାଜ୍ୟପରିଷଦ ସଭ୍ୟ ଅରୁଣ କୁମାର ବଳ, ସହ ସମ୍ପାଦକ ରଞ୍ଜିନ କୁମାର ଦାସ, କମଳା କାନ୍ତ ପଣ୍ଡା, ପ୍ରଭାତ କୁମାର ନାୟକ, ହରେଶଚନ୍ଦ୍ର ମହାନ୍ତି , ମନୋଜ କୁମାର ପଟ୍ଟନାୟକ, ରୀତା ମହାନ୍ତି  ପ୍ରମୋଦ  କୁମାର ଦାସ , ଅର୍ଜୁନ କୁମାର ଦାସ , ରମେଶ ହିଆଲ ସମେତ ବହୁ ଶିକ୍ଷକ ଜିଲ୍ଳାପାଳଙ୍କୁ  ଭେଟିଥିଲେ ।

Comments are closed.