ନବରଙ୍ଗପୁର ଆଇନଜୀବୀ ସଂଘର ଇ-ଲାଇବ୍ରେରୀ ଉଦଘାଟନ କଲେ ହାଇକୋର୍ଟ ମୁଖ୍ୟବିଚାରପତି ଡ. ଏସ୍. ମୁରଲୀଧର

ନବରଙ୍ଗପୁର:   ନବରଙ୍ଗପୁର, କୋରାପୁଟ ଓ ରାଉରକେଲା ଆଇନଜୀବୀ ସଂଘର ଇ-ଲାଇବ୍ରେରୀ ଶୁଭ ଉଦଘାଟନ ଓଡିଶା ହାଇକୋର୍ଟର  ମୁଖ୍ୟ ବିଚାରପତି ଡ. ଏସ୍. ମୁରଲୀଧର ଆଜି ଭର୍ଚୁଆଲ ମାଧ୍ୟମରେ ଉଦଘାଟନ  କରିଛନ୍ତି। ଏହି ଅବସରରେ ମୁଖ୍ୟ ବିଚାରପତି କହିଛନ୍ତି ଯେ ସାରା ଓଡ଼ିଶାରେ ସ୍ଥାପିତ ହୋଇଥିବା ଏହି  ଇ-ଲାଇବ୍ରେରୀ ଆଇନଜୀବୀମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହାଦ୍ୱାରା ଆଇନଜୀବୀମାନେ ସମସ୍ତ ଆଇନଗତ ତଥ୍ୟ, ଦେଶବିଦେଶର ବିଚାରଧାରା, କୋର୍ଟର ନିର୍ଣ୍ଣୟ, ଆଇନ ପୁସ୍ତକ ଇତ୍ୟାଦି ପାଇପାରିବେ ଏବଂ ଉଭୟ ଆଇନଜୀବୀ ଓ ମହକିଲ ମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ମୁଖ୍ୟ ବିଚାରପତି ନିଜ ଅଭିଭାଷଣରେ କହିଥିଲେ। ଜିଲା କୋର୍ଟ ପରିସରରେ ହୋଇଥିବା ଏହି ଉଦଘାଟନୀ ସମାରୋହରେ ହାଇକୋର୍ଟ ଲାଇବ୍ରେରୀ କମିଟିର ଅଧ୍ୟକ୍ଷ ନ୍ୟାୟମୁର୍ତ୍ତୀ ଅରିନ୍ଦମ ସିହ୍ନା ଓ ଓଡିଶା ଆଇନଜୀବୀ ମହାସଂଘର ଅଧ୍ୟକ୍ଷ ନିର୍ମଳ ରଥ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସାରା ଓଡ଼ିଶା ଇ-ଲାଇବ୍ରେରୀର ଏକ ଭିଡିଓ ଉପସ୍ଥାପନା କରାଯାଇଥିଲା। ଜିଲ୍ଲା ଆଇନଜୀବୀ ସଂଘ ସଭାପତି ଆଶିଷ ରଞ୍ଜନ ପଟ୍ଟନାୟକ, ଆଗାମୀ ସଭାପତି ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ସରକାରୀ ଆଇନଜୀବୀ ସଚ୍ଚିନନ୍ଦନ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୀନାକ୍ଷୀ ପାଢ଼ୀ, ଶ୍ରୀନିବାସ ପାତ୍ର, ଦାମୋଦର ତ୍ରିପାଠୀ, ସଦାଶିବ ସାହୁ ପ୍ରମୁଖ ଯୋଗଦେଇଥିଲେ। ହାଇକୋର୍ଟଙ୍କ ଦ୍ୱାରା ଯୋଓଗାଇଦିଆଯାଇଥିବା ଏହି ଇ-ଲାଇବ୍ରେରୀର ପରିଚାଳନା ଓ ରକ୍ଷଣାବେକ୍ଷଣ ଆଇନଜୀବୀ ସଂଘ ତରଫରୁ କରାଯିବ ବୋଲି  ନିର୍ଦ୍ଦେଶନାମା ରହିଛି। ଏହି କାର୍ୟ୍ୟକ୍ରମରେ ଜିିଲା ଓ ଦୌରା ଜଜ୍  ସଞ୍ଜୀବ ଦୁବେ, ଏଡିଜେ ପ୍ରଣତି ସାହା, ରେଜିଷ୍ଟ୍ରାର ଅପର୍ଣ୍ଣା ମହାପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ଅନ୍ନପୂର୍ଣ୍ଣା ନାୟକ, ପ୍ରଥମ ଶ୍ରେଣୀ ବିଚାରପତି ଆର୍ଯ୍ୟବାଳା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.