କୋଭିଡ଼ କଣ୍ଟ୍ରୋଲ ରୁମ ନମ୍ବର ଜାରିକଲେ ନବରଙ୍ଗପୁର ଜିଲାପାଳ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଡୁଥିବା ବେଳେ ନବରଙ୍ଗପୁର ଜିଲାର କୋଭିଡ ମେଡିକାଲକୁ କାର୍ଯ୍ୟକ୍ଷମ କରିଅଛି ଜିଲା ପ୍ରଶାସନ। ଲୋକଙ୍କୁ ଜରୁରୀକାଳୀନ ସେବାପାଇଁ ଏବଂ ଆବଶ୍ୟକୀୟ ସହାୟତା ଓ ସୂଚନା ନିମନ୍ତେ କୋଭିଡ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଜିଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ପାଇଁ ଟେଲିଫୋନ ଓ ମୋବାଇଲ ନମ୍ବର ଜାରି କରାଯାଇଛି। ନବରଙ୍ଗପୁର ଜିଲାବାସୀ ଜିଲା ନିୟନ୍ତ୍ରଣ କକ୍ଷ ୦୬୮୫୮ ୨୯୫୪୧୮, ଜିଲା ଜନ ସ୍ୱସ୍ଥ୍ୟ ଆଧିକାରୀ ୯୪୩୯୯୮୮୭୮୭, ମହାମାରୀ ବିଶେଷଜ୍ଞ ୭୦୦୮୧୮୨୫୮୦, ଡାଟା ମ୍ୟାନେଜର ୯୪୩୯୯୮୮୪୬୮ ଓ ଜରୁରୀ କାଳୀନ ନିୟନ୍ତ୍ରଣ କକ୍ଷ ୭୦୭୭୪୫୦୦୭୭କୁ ଯୋଗାଯୋଗ କରିପାରିବେ ବୋଲି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲାପାଳ କମଲଚନ ମିଶ୍ର ସୂଚନା ଦେଇଛନ୍ତି।

 

prayash

ଏହି ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଅାରକ୍ଷୀ ଅଧିକ୍ଷକ ପି.ଏସ. ପୁରୁଷତ୍ତମ ଦାସ ଯୋଗଦେଇ କୋଭିଡି ନିୟମକୁ ସମସ୍ତେ ପାଳନ କରିବା ପାଇଁ ଆହ୍ବାନ ଦେଇଥିଲେ। ସମସ୍ତେ ମାସ୍କ ବ୍ୟବହାର କରିବା ଜରୁରୀ ବୋଲି କହିବା ସହିତ କୋଭିଡି ନିୟମକୁ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.