୧୨ରୁ ୧୪ବର୍ଷୀୟଙ୍କୁ କୋଭିଡ୍ ଟୀକାଦାନ ଆରମ୍ଭ
ନବରଙ୍ଗପୁର,୧୬ା୩(ନି.ପ୍ର): ଭାରତ ସରକାରଙ୍କର ନିଷ୍ପତ୍ତୀ ପ୍ରକାରେ ରାଜ୍ୟସରକାରଙ୍କର ନିର୍ଦ୍ଦେଶ ଅନୁସାରେ ଜିଲାପ୍ରଶାସନ ପକ୍ଷରୁ ୧୨ରୁ ୧୪ବର୍ଷର ବାଳକବାଳିକାଙ୍କର କୋଭିଡ ଟୀକାଦାନର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ରାଜା ଚୈତନ୍ୟଦେବ ଉଚ୍ଚବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଡଃ.କମଳଲୋଚନ ମିଶ୍ର ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲୋ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସମସ୍ତେ ଟୀକାନେବାକୁ ସେ ପରାମର୍ଶ ଦେଇଥିଲେ। ପ୍ରଥମେ ଏହି ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଟୀକାଦାନ କରାଯାଇଥିଲା। ପ୍ରଥମଦିନରେ ୧୫୨ଜଣଙ୍କୁ ଟୀକା ଦିଆଯାଇଛି। ଅନ୍ୟମାନଙ୍କର ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ ଡଃ. କାଳିପ୍ରସାଦ ବେହେରା, ଅତିରିକ୍ତ ଜିଲାଚିକିତ୍ସା ଅଧିକାରୀ ଡଃ.ନୀଳମଣି ଦିଲୀପଚାନ୍ଦ୍ ବେହେରା , ଶିକ୍ଷୟତ୍ରୀ ସୁପ୍ରିୟା ନାୟକ ପ୍ରମୂଖ ଯୋଗ ଦେଇଥିଲେ। ଜିଲାର ସମସ୍ତ ବିଦ୍ୟାଳୟରେ ଏହା ପର୍ଯ୍ୟାୟକ୍ରମରେ ଦିଆଯିବ ବୋଲି ଜଣାପଡିଛି।
Comments are closed.