ସମସ୍ତ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ବିନୋଦିନୀ

0

ସୁଆଣ୍ଡୋ : ସର୍ବ ସାଧାରଣଙ୍କର ଯେଉଁ ଅଧିକାର ଅଛି, ଦିବ୍ୟାଙ୍ଗମାନଙ୍କର ମଧ୍ୟ ସେହି ଅଧିକାର ଅଛି। ଦିବ୍ୟାଙ୍ଗମାନଙ୍କ ପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର ଯୋଜନା କରିଚାଲିଛନ୍ତି। ମାତ୍ର ପୁରୀ ଜିଲା ସତ୍ୟବାଦୀ ବ୍ଲକ ବଳରାମପୁର ଗଡ଼ ପଞ୍ଚାୟତ ଅନ୍ତର୍ଗତ କଅଁଳପଡ଼ା ଗ୍ରାମର କମ୍ବୁପାଣି ଜେନାଙ୍କ ଝିଅ ଜନ୍ମରୁ ଦିବ୍ୟାଙ୍ଗ ବିନୋଦିନୀ (୪୫) ସମସ୍ତ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ତାଙ୍କ କଥାକୁ ବ୍ଲକ ଅଫିସ୍‍ ଓ ସ୍ଥାନୀୟ ଲୋକ ପ୍ରତିନିଧି କେହି କର୍ଣ୍ଣପାତ କରୁନାହାନ୍ତି। ରେସନକାର୍ଡ଼ ଓ ଗୋଟେ ଘର ପାଇଁ ସେ ବହୁତ ହଇରାଣ ହେଉଛନ୍ତି। ଏହି କାରଣରୁ ସେ ୩ ରୁ ୪ ଥର ବ୍ଲକ ଅଫିସ୍‍ ଯାଇଛନ୍ତି। କିନ୍ତୁ କୌଣସି ଲାଭ ହେଉନି। ସବୁ ଆଡ଼ୁ ନିରାଶ ହୋଇ ଅଭାବ ଅନଟନରେ ଜୀବନ ବିତାଇବାକୁ ପଡ଼ୁଛି ବୋଲି ସେ କୋହଭରା କଣ୍ଠରେ କହିଛନ୍ତି। ସେ ଦିବ୍ୟାଙ୍ଗ ଭତ୍ତା ପାଉଛି ବୋଲି ସରପଞ୍ଚ କହିଛନ୍ତି। ମାତ୍ର ସେ ସରକାରଙ୍କ ସମସ୍ତ ସୁବିଧା ପାଉ ବୋଲି ସର୍ବ ସାଧାରଣ ଦାବି କରିଛନ୍ତି।

Leave A Reply