www.samajalive.in
Tuesday, December 9, 2025
26.1 C
Bhubaneswar

ମିନ୍ତ୍ରା ସିଇଓ ପଦରୁ ଇସ୍ତଫା ଦେଲେ ଅନନ୍ତ ନାରାୟଣ

ନୂଆଦିଲ୍ଲୀ : ଅନଲାଇନ୍‍ ଫ୍ୟାସନ ରିଟେଲର ମିନ୍ତ୍ରାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦରୁ ଅନନ୍ତ ନାରାୟଣ ସୋମବାର ଦିନ ଇସ୍ତଫା ଦେଇଛନ୍ତି। ସୂଚନା ଅନୁସାରେ ଫ୍ଲିପ୍‍କାର୍ଟର କାର୍ଯ୍ୟନିର୍ବାହୀ ଅଧିକାରୀ ଅମର ନାଗାରାମ ଏବେ ଏହି ୟୁନିଟ୍‍ର ଦାୟିତ୍ୱ ନେବେ। ପ୍ରକାଶଯୋଗ୍ୟ ଯେ ମିନ୍ତ୍ରା ହେଉଛି ଇ-କମର୍ସ କମ୍ପାନୀ ଫ୍ଲିପ୍‍କାର୍ଟର ଗୋଟିଏ ୟୁନିଟ୍‍। ଫ୍ଲିପ୍‍କାର୍ଟ ଏବେ ଆମେରିକା କମ୍ପାନୀ ୱାଲମାର୍ଟ ଅଧୀନରେ ରହିଛି। ୱାଲମାର୍ଟ ଫ୍ଲିପ୍‍କାର୍ଟର ୭୦% ଅଂଶଧନ କିଣିଛି। ନାରାୟଣ ୨୦୧୫ରୁ ମିନ୍ତ୍ରାର ସିଇଓ ପଦରେ ଥିଲେ। ଏହା ପୂର୍ବରୁ ସେ ମ୍ୟାକେଜିଂ ଆଣ୍ଡ କମ୍ପାନୀ ପାଇଁ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ଚଳିତ ବର୍ଷ ନଭେମ୍ବର ମାସରେ ଫ୍ଲିପକାର୍ଟ ସିଇଓ ପଦରୁ ବିନି ବଂସଲ ଇସ୍ତଫା ଦେଇଥିଲେ। ରିପୋର୍ଟ ଅନୁସାରେ ଫ୍ଲିପ୍‍କାର୍ଟ ଗ୍ରୁପ୍‍ର ନୂଆ ସିଇଓ କଲ୍ୟାଣ କୃଷ୍ଣମୂର୍ତ୍ତିଙ୍କ ସହ ନାରାୟଣଙ୍କ ସମ୍ପର୍କ ଭଲ ନଥିଲା। ବିନିଙ୍କ ଇସ୍ତଫା ପରେ ନାରୟଣଙ୍କୁ ସିଧାସଳଖ କଲ୍ୟାଣଙ୍କୁ ରିପୋର୍ଟ ଦେବାକୁ ପଡୁଥିଲା। ଏହାସହ ମିନ୍ତ୍ରାର ମୁଖ୍ୟ ରାଜସ୍ୱ ଅଧିକାରୀ ମିଥୁନ ସୁନ୍ଦର, ଏଚ୍‍ଆର ମୁଖ୍ୟ ମନପ୍ରିତ ରାଟିଆ ମଧ୍ୟ ଇସ୍ତଫା ଦେଇଛନ୍ତି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories