ବୋଟ୍ ନାଁରେ ୧୦,୦୦୦ ମିଛ ଓ୍ୱେବସାଇଟ୍, ଇଣ୍ଟରନେଟ୍ରେ କିଛି ବି ୧୦୦ ପ୍ରତିଶତ ସୁରକ୍ଷିତ ନୁହେଁ – ଉତ୍ତରାଖଣ୍ଡ ପୁଲିସ ଡିଜି
ନୂଆଦିଲ୍ଲୀ -ଇଣ୍ଟରନେଟ୍ରେ କିଛି ୧୦୦ ପ୍ରତିଶତ ସୁରକ୍ଷିତ ନୁହେଁ ବୋଲି ଉତ୍ତାରଖଣ୍ଡର ପୁଲିସ ଡିଜି ଅଶୋକ କୁମାର କହିଛନ୍ତି । ଏହାକୁ ବ୍ୟବାହାର କରିବା ବେଳେ ସାବଧାନ ରୁହନ୍ତୁ । ଆଧାର ଏବଂ ଅନ୍ୟ ତଥ୍ୟ ଦେବା ବେଳେ ଅତି ସାବଧାନ ରୁହନ୍ତୁ ଦରକାର ପଡିଲେ ଏହାକୁ ବ୍ୟବହାର କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ଆଇଆଇଟି ଦିଲ୍ଲୀର ଏକ ସେମିନାରରେ ସେ ଏହି କଥା କହିଛନ୍ତି ।
ପ୍ରତିଦିନ ସାରା ଭାରତେ ୪ ହଜାରରୁ ଅଧିକ ଓ୍ୱବ୍ ଅପରାଧ ପଞ୍ଜିକୃତ ହେଉଛି । ଅନେକ ଲୋକ ଠକାମୀର ଶିକାର ହେବା ପରେ ମଧ୍ୟ ଏହାକ ଅଭିଯୋଗ କରୁନାହାନ୍ତି ବୋଲି ସେ କହିଛନ୍ତି ।
ଏହି ଅବସରରେ ବୋଟ୍ର ସହ ପ୍ରତିଷ୍ଠାତା ଅମ୍ନ୍ ଗୁପ୍ତା ଓ୍ୱେବ କ୍ରାଇମ୍ ଉପରେ ନିଜର ମତାମତ ରଖିଥିଲେ । ବୋଟ୍ ନାଁରେ ୧୦,୦୦୦ରୁ ଅଧିକ ମିଛ ବା ଫୋକ୍ ଓ୍ୱେବସାଇଟ୍ ଥିବା କଥା ସେ କହିଛନ୍ତି । ଏଥିରେ ମିଛ ଏବଂ ନକଲି ଜିନଷ ଶସ୍ତାରେ ବିକ୍ରି କରାଯାଉଥିବା କଥା ସେ କହିଛନ୍ତି । ଅନ୍ଲାଇନ୍ରେ ସବୁ ବେଳେ ସତର୍କ ରହିବା ପାଇଁ ସେ କହିଛନ୍ତି ।
Comments are closed.