www.samajalive.in
Friday, December 12, 2025
15.1 C
Bhubaneswar

ସତ ନୁହେଁ ଭତ୍ତା ପାଇଁ ବୃଦ୍ଧାଙ୍କ ଚାଲିଚାଲି ଯିବା ଘଟଣା – ଜିଲ୍ଲା ପ୍ରଶାସନ

ଡେସ୍କ: ଓଡିଶାର ନବରଙ୍ଗପୁର ଝରିଗାଁ ଷ୍ଟେଟ ବ୍ୟାଙ୍କରୁ ବାର୍ଦ୍ଧକ୍ୟ ଭତ୍ତା ଆଣିବା ପାଇଁ ଏକ ପ୍ଲାଷ୍ଟିକ ଚେୟାର ସହାୟତାରେ ଜଣେ ୭୦ ବର୍ଷୀୟ ବୃଦ୍ଧା ସୂର୍ଯ୍ୟ ହରିଜନ ଖାଲି ପାଦରେ ଯାଉଥିବା ଘଟଣା ଚର୍ଚ୍ଚାରେ ଥିବା ବେଳେ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଖଣ୍ଡନ କରିବା ସହ ଏହା ସତ୍ୟ ନୁହେଁ ବୋଲି କହିଛି।

ବିଭିନ୍ନ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶନ ଓ ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଏହାର ରିପୋର୍ଟରେ ଘଟଣା ସତ ନୁହେଁ ବୋଲି କହିଛି। ରିପୋର୍ଟ ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ବଣୁଆଗୁଡା ଗ୍ରାମର ଶ୍ରୀମତୀ ସୂର୍ଯ୍ୟ ହରିଜନ ସାମାଜିକ ସୁରକ୍ଷା ଯୋଜନାରେ ୨୦୦୭ ମସିହାରୁ ବାର୍ଦ୍ଧକ୍ୟ ଭତ୍ତା ପାଇଆସୁଛନ୍ତି। ତେବେ ପ୍ରତ୍ୟେକ୍ଷ ସୁବିଧା ହସ୍ତାନ୍ତରଣ ଲାଗୁ ହେବା ପରେ ୨୦୨୨ ନଭେମ୍ବର ମାସରୁ ଭତ୍ତା ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉଛି। ଟିପ ଚିହ୍ନ ମେଳ ନ ହେବାରୁ ସେ ନିକଟସ୍ଥ କିଓସ୍କରୁ ଟଙ୍କା ଉଠାଇବାରେ ସମର୍ଥ ହୋଇନଥିଲେ।

- Advertisement -

ଚଳିତ ମାସ ୧୫ ତାରିଖରେ ଝରିଗାଁ ବ୍ଲକର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ (ବିଏସଏସଓ) ଏବଂ ସହାୟକ ସୂର୍ଯ୍ୟ ହରିଜନଙ୍କୁ ସରକାରୀ ଗାଡ଼ିରେ ବ୍ୟାଙ୍କକୁ ନେଇଥିଲେ ଓ ସେଠାରେ ଅର୍ଥ ଉଠାଣ ପରେ ତାଙ୍କୁ ଆଣି ଘରେ ଛାଡିଥିଲେ। ଏହାଛଡା ସେ ଯେପରି ସୁରୁଖୁରୁରେ ଚଳପ୍ରଚଳ କରିପାରିବେ ସେଥିଲାଗି ତାଙ୍କୁ ଏକ ହ୍ୱିଲଚେୟାର ମଧ୍ୟ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି।


ସେ ଭତ୍ତା ଟଙ୍କା ଆଣିବା ପାଇଁ ଚାଲିଚାଲି ଯାଉଥିବା ଖବରକୁ ଜିଲ୍ଲା ପ୍ରଶାସନ ଖଣ୍ଡନ କରିଛି। ରିପୋର୍ଟ ଅନୁଯାୟୀ, ସମ୍ପୃକ୍ତ ବୃଦ୍ଧାଙ୍କ ସମ୍ପର୍କୀୟ କହିଛନ୍ତି ଯେ ସୂର୍ଯ୍ୟ ହରିଜନ ସେହିଦିନ ଝରିଗାଁ ଗ୍ରାମ ପଂଚାୟତ ଅଧିନସ୍ଥ ନୂଆଗୁଡା ଗ୍ରାମରେ ରହୁଥିବା ତାଙ୍କ ସାନ ପୁଅ ମାସୁରମ ହରିଜନଙ୍କ ଘରୁ ନିଜ ଘରକୁ ଫେରୁଥିଲେ। ସେ ଭତ୍ତା ପାଇଁ ଯାଇନଥିଲେ। ଏହି ଅଭିଯୋଗ ସତ୍ୟ ନୁହେଁ ବୋଲି ଜିଲ୍ଲା ପ୍ରଶାସନ କହିଛି। ଏବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories