www.samajalive.in
Thursday, December 11, 2025
15.1 C
Bhubaneswar

ପଞ୍ଜାବର ତରନ୍‌ତାରନରେ ଥିବା ଗୁରୁଦ୍ୱାର ଶ୍ରୀ ଦରବାର ସାହିବଙ୍କ ପାର୍କିଂରୁ ମିଳିଲା ଅଫୁଟା ହ୍ୟାଣ୍ଡ ଗ୍ରିନେଡ୍‌

ଅମୃତସର- ପଞ୍ଜାବର ତରନ୍‌ତାରନରେ ଥିବା ଗୁରୁଦ୍ୱାର ଶ୍ରୀ ଦରବାର ସାହିବଙ୍କ ପାର୍କିଂରୁ ଏକ ଜୀବନ୍ତ ବୋମା ଜବତ କରାଯାଇଛି । ସେଠାରେ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ଦେଖିଥିଲେ । ତୁରନ୍ତ ପୁଲିସକୁ ଏ ବିଷୟରେ ସୂଚନା ଦିଆଯାଇଥିଲା । ପୁଲିସ ତୁରନ୍ତ ସେ ସ୍ଥାନରେ ପହଞ୍ଚି ଲୋକଙ୍କୁ ଖାଲି କରିଥିଲା ।

ବମ୍‌ ଡିସ୍‌ପୋଜାଲ୍‌ ସ୍କାଡ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ପଞ୍ଜାବର ଖାଲିସ୍ତାନ ସମର୍ଥକ ଅମୃତପାଲ୍‌ ସିଙ୍କୁ ପୁଲିସ ଖୋଜିବାର ଏକ ମାସ ପରେ ଏହି ଘଟଣା ସେହି ସ୍ଥାନରେ ଘଟିଛି । ଅମୃତପାଲ୍‌ ସିଂ ଏକ ପ୍ରାଇଭେଟ୍‌ ଆର୍ମି ଗଠନ କରିବା ସହ ବିଦେଶରୁ ବେଆଇନ୍‌ ଅସ୍ତ୍ରଶସ୍ତ୍ର ଏବଂ ବୋମା ଆଣିଥିଲେ । ପାକିସ୍ତାନ ଆଇଏସ୍‌ଆଇ ସହ ମଧ୍ୟ ତାଙ୍କର ସମ୍ପର୍କ ଥିବା କଥା ପଞ୍ଜାବ ପୁଲିସ୍‌ ତଥା ଗୁଇନ୍ଦା ସଂସ୍ଥାଙ୍କୁ ପ୍ରମାଣ ମିଳିଥିଲା । ସେ ମାନବ ବୋମା ତିଆରି କରିବା ସହ ବିଭିନ୍ନ ଯୁବକଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପା ପାଇଁ ଉସୁକାଥିବାର ଭିଡିଓ ଭାଇରାଲ୍‌ ହୋଇଥିଲା । ସେ ଖୋଲାଖୋଲି ଭାବେ ଖାଲିସ୍ତାନ ଦେଶ ଗଠନ ପାଇଁ ଦାବି କରିଥିଲେ । ପାକିସ୍ତାନ ତଥା କେତକ ବିଦେଶୀ ଶକ୍ତିଙ୍କ ସମର୍ଥନରେ ସେ ଏପରି କରୁଥିବା ପ୍ରମାଣ ମିଳିଛି ।

- Advertisement -

ପୁଲିସ ଏବେ ଏହି ଘଟଣାର ତଦନ୍ତ କରୁଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories