www.samajalive.in
Monday, December 8, 2025
27.1 C
Bhubaneswar

ବଲିଉଡ୍ ତାରକା ଶିଳ୍ପା ସେଟ୍ଟି କୁନ୍ଦ୍ରାଙ୍କ ଦ୍ୱାରା ପକ୍ଷରୁ ଭୁବନେଶ୍ୱରର ପଟିଆରେ କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଭାରତର  ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଶୁକ୍ରବାରରେ ଓଡ଼ିଶାର ଭୁବନେଶ୍ୱର ସହରର ପଟିଆରେ ନୂଆ ସୋ’ରୁମ୍‌ ଖୋଲାଯାଇଛି । ଏହି ନୂତନ ସୋ’ରୁମ୍ ବଲିଉଡ୍ ତାରକା ଶିଳ୍ପା ସେଟ୍ଟି କୁନ୍ଦ୍ରାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି । ଏହି ସମାରୋହରେ କଲ୍ୟାଣ ଜୁଏଲର୍ସର ସିଇଓ ସଞ୍ଜୟ ରଘୁରମଣ ଉପସ୍ଥିତ ଥିଲେ । ଓଡ଼ିଶା ରାଜ୍ୟରେ ଏହା କଂପାନିର ଚତୁର୍ଥ ସୋ’ରୁମ୍ ।

ଏହି ଅବସରରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି କୁନ୍ଦ୍ରା କହିଛନ୍ତି ଯେ, “କଲ୍ୟାଣ ଜୁଏଲର୍ସର ଏହି ସମ୍ପୂର୍ଣ୍ଣ ନୂଆ ସୋ’ରୁମ୍‌  ଉଦ୍ଘାଟନ କରି ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଏହି ଉଲ୍ଲେଖନୀୟ କାର୍ଯ୍ୟକ୍ରମର ଅଂଶ ହେବା ବାସ୍ତବରେ ସମ୍ମାନର ବିଷୟ । ବିଶ୍ୱାସ, ସ୍ୱଚ୍ଛତା ଓ ଗ୍ରାହକ ସନ୍ତୁଷ୍ଟିର ଅତ୍ୟାବଶ୍ୟକ ମୂଲ୍ୟବୋଧକୁ ପ୍ରାଥମିକତା ଦେଉଥିବା ଏକ ସମ୍ମାନଜନକ ବ୍ରାଣ୍ଡକୁ ଉପସ୍ଥାପନା କରିବା ମୋତେ ଅତ୍ୟନ୍ତ ଗର୍ବିତ କରିଛି । ମୋର ବିଶ୍ୱାସ ରହିଛି ଯେ ଏହି ଅଂଚଳର ପୃଷ୍ଠପୋଷାକମାନେ ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପ୍ରତି ନିଜର ସମର୍ଥନ ପ୍ରଦାନ କରିବେ ।’’

- Advertisement -

କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “ଏକ କଂପାନି ଭାବେ ଗ୍ରାହକଙ୍କ ସପିଙ୍ଗ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଏକ ସାମଗ୍ରିକ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ ଆମେ ପ୍ରମୁଖ ଉଦ୍ୟମ କରିଛୁ ଏବଂ ବଡ଼ ସଫଳତା ହାସଲ କରିଛୁ । ଓଡ଼ିଶାରେ ଆମ ଚତୁର୍ଥ ସୋ’ରୁମ୍ର ଶୁଭାରମ୍ଭ ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ । ଆମେ ଅଭିବୃଦ୍ଧି ଯାତ୍ରାର ପରବର୍ତୀ ପର୍ଯ୍ୟାୟକୁ ଆରମ୍ଭ କରିଥିବା ବେଳେ ଏହି ଅଂଚଳରେ ନିରନ୍ତର ଭାବେ ଭୌଗୋଳିକ ଉପସ୍ଥିତି ବଢ଼ାଉଛୁ । ଆଗାମୀ ଦିନରେ ବିଶ୍ୱାସ ଓ ସ୍ୱଚ୍ଛତାକୁ ନେଇ କଂପାନିର ରହିଥିବା ମୂଳ ମୂଲ୍ୟବୋଧକୁ ବଜାୟ ରଖିବା ସହ ଆମ ଗ୍ରାହକମାନଙ୍କୁ ଶ୍ରେଷ୍ଠ ଶ୍ରେଣୀର ସପିଙ୍ଗ ଅନୁଭୂତି ପ୍ରଦାନ ଜାରି ରଖିବାକୁ ଆମେ ପ୍ରତିବଦ୍ଧ ରହିଛୁ ।’’

ଏହି ସୋ’ରୁମ୍‌ରେ ଏକ ବିଶ୍ୱ ଶ୍ରେଣୀର ପରିବେଶରେ କଲ୍ୟାଣ ଜୁଏଲର୍ସ ସମ୍ଭାରର ବ୍ୟାପକ ଡିଜାଇନ୍ ରହିବ । ପୁନଶ୍ଚ, ବଜାରରେ ସର୍ବନିମ୍ନ ଓ କଂପାନିର ସବୁ ସୋ’ରୁମ୍ରେ ସମାନ ଥିବା “କଲ୍ୟାଣ ସ୍ପେସିଆଲ୍ ଗୋଲ୍ଡ ବୋର୍ଡ ରେଟ୍” ପ୍ରଯୁଯ୍ୟ ହେବ ଯାହା ନିରବଚ୍ଛିନ୍ନ ଓ ସେବା ଭିତିକ ସପିଙ୍ଗ ଅନୁଭୂତିକୁ ନିଶ୍ଚିତ କରିବ ।

ସୋ’ରୁମର ଶୁଭାରମ୍ଭ ଉତ୍ସବକୁ ପାଳନ କରିବା ଲାଗି କଲ୍ୟାଣ ଜୁଏଲର୍ସ ପକ୍ଷରୁ ସର୍ବନିମ୍ନ ୧ ଲକ୍ଷ ଟଙ୍କାର ସପିଙ୍ଗ ଉପରେ ଗ୍ରାହକଙ୍କ ଅଧା କିଣା ମୂଲ୍ୟ ଉପରେ ଶୂନ ଗଢ଼ା ମୂଲ୍ୟ ଭଳି ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଉଛି । ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ ।

କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ ହଲମାର୍କର ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରେ । ଗ୍ରାହକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ପାଇବେ ଯାହା ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉତ୍ପାଦ ବିବରଣୀ ଏବଂ ଏକ୍ସଚେଂଜ୍ ଓ ବାଏ ବ୍ୟାକ୍ ନୀତିରେ ସ୍ୱଚ୍ଛତା ଆଦିର ଗ୍ୟାରେଂଟି ପ୍ରଦାନ କରୁଛି । ବିଶ୍ୱାସନୀୟ ଗ୍ରାହକମାନଙ୍କୁ ଶ୍ରେଷ୍ଠ ପ୍ରଦାନ କରିବା ଲାଗି ବ୍ରାଣ୍ଡ୍ର ରହିଥିବା ପ୍ରତିବଦ୍ଧତାର ଅଂଶ ହେଉଛି ଏହି ସାର୍ଟିଫିକେଟ୍ ।

ଏହି ସୋ’ରୁମ୍‌ରେ କଲ୍ୟାଣ ଜୁଏଲର୍ସର ଲୋକପ୍ରିୟ ବ୍ରାଣ୍ଡ୍ ଲିଲା-ହୀରା ଓ ସେମି-ପ୍ରିସିଅସ୍ ଷ୍ଟୋନ ଗହଣା, ତେଜସ୍ୱୀ-ପୋଲକି ଗହଣା, ମୁନ୍ଧ୍ରା-ହାତତିଆରି ଆଂଟିକ୍ ଗହଣା, ନିମାହ-ମନ୍ଦିର ଗହଣା, ଗ୍ଲୋ-ଡ୍ୟାନ୍ସିଂ ହୀରା, ଜିଆ-ସୋଲିଟାୟାର ଭଳି ହୀରା ଗହଣା, ଅନୋଖି-ଅନକଟ ହୀରା ଉପଲବ୍ଧ ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories