www.samajalive.in
Sunday, December 7, 2025
14.1 C
Bhubaneswar

ଖଟାମିଠା ମସଲା ଛତୁ

ଆବଶ୍ୟକ ସାମଗ୍ରୀ
ଛତୁ – ୪୦୦ ଗ୍ରାମ
ତେଲ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
କଟା ପିଆଜ – ୨ଟି
କଟା ଆଳୁ – ୨ଟି
କଟା ଟମାଟୋ – ୧ଟି
ଅଦା ରସୁଣ ବଟା – ୨ ଚାମଚ
ପଞ୍ଚଫୁଟଣ – ଅଳ୍ପ
ଧନିଆ ଗୁଣ୍ଡ – ୧ଚାମଚ
ଜିରା ଗୁଣ୍ଡ – ୧ ଚାମଚ
ଗରମ ମସଲା – ୧ ଚାମଚ
ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ
ତେନ୍ତୁଳି ରସ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଛତୁକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ଏହା ପରେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଛତୁ ଭାଜନ୍ତୁ। ଭାଜିବା ସମୟରେ ସାମାନ୍ୟ ଲୁଣ, ହଳଦୀ ଗୁଣ୍ଡ ପକାନ୍ତୁ। କିଛି ସମୟ ପରେ ଛତୁରୁ ପାଣି ବାହାରିବା ପରେ ଏହି ପାଣିକୁ କାଢି ଦିଅନ୍ତୁ ଓ ଛତୁକୁ ଅନ୍ୟ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଗ୍ୟସରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଫୁଟଣ ପକାନ୍ତୁ। ଫୁଟଣ ଭାଜି ହେବା ପରେ ଏଥିରେ କଟା ପିଆଜ ପକାଇ ଭାଜନ୍ତୁ। ଏବେ ଏଥିରେ ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ,ଟମାଟୋ, ପାଣି ଦେଇ ଭଲ ଭାବେ କଷନ୍ତୁ। ଭଲ ଭାବେ କଷି ହେବା ପରେ ଏଥିରେ ଛତୁ ଓ ଆଳୁକୁ ପକାଇ ଅଳ୍ପ ପାଣି ଦେଇ ୧୦ ମିନିଟ ଗ୍ୟାସରେ ବସାନ୍ତୁ। ୧୦ ମିନିଟ ପରେ ଏଥିରେ କଟା ଧନିଆ ପତ୍ର ଓ ତେନ୍ତୁଳି ରସ ପକାଇ ୨ ମିନିଟ ଗ୍ୟାସରେ ବସାନ୍ତୁ। ଏବେ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଖଟାମିଠା ଛତୁ ମସଲା।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories