mission shakti banner

କାର୍ଯ୍ୟାଳୟରେ ଆର.ଆଇଙ୍କୁ ହତ୍ୟା ଅଭିଯୋଗ

BSKY banner  750×100
0

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜୁନାଗଡ ଆଟିଗାଁ ଗ୍ରାମର ଆର.ଆଇ ଚିତ୍ରସେନ ଦଣ୍ଡସେନା (୫୫)ଙ୍କୁ କାର୍ଯ୍ୟାଳୟରେ ଦୁର୍ବୃତ୍ତମାନେ  ହତ୍ୟା କରିଥିବା ଅଭିଯୋଗ ହୋଇଛି । ଉକ୍ତ ଗ୍ରାମର ତିନିଭାଇ ରାଧୁ ଦଣ୍ଡସେନା, ପିତ ଦଣ୍ଡସେନା, ଯଦୁମଣି ଦଣ୍ଡସେନା ସଂଘବଦ୍ଧ ଭାବେ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଜମିଜମା ମାମଲାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏନେଇ ଜୁନାଗଡ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply