ମୁୁନ୍ନିଙ୍କ ଅଭିନୟ ଜୀବନ

0

ମୁମ୍ବଇ : ଲୋକପ୍ରିୟ ଚଳଚ୍ଚିତ୍ର ‘ବଜରଙ୍ଗୀ ଭାଇଜାନ’ରେ ଶିଶୁ କଳାକାର ମୁୁନ୍ନି ଭୂମିକାରେ ଅଭିନୟ କରିଥିବା ହର୍ଷଲୀ ମାଲହୋତ୍ରାଙ୍କ ଜୀବନ କାହାଣୀକୁ ସଂପର୍କରେ ସମସ୍ତେ ଅଜଣା। ଅଭିନେତ୍ରୀ ହର୍ଷଲୀ ମାଲହୋତ୍ରା ୨୦୦୮ ଜୁନ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ ଚଳଚ୍ଚିତ୍ର ‘ବଜରଙ୍ଗୀ ଭାଇଜାନ’ରେ ନିଜର ଜୀବନ୍ତ ଅଭିନୟ ପାଇଁ ସେ ସମଗ୍ର ଦେଶ ବିଦେଶରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଅଭିନେତ୍ରୀ ହର୍ଷଲୀ ବଡ ପରଦାରେ ଅଭିନୟ କରିବା ଆଗରୁ ବିଭିନ୍ନ ଟେଲିଭିଜନ ଧାରାବାହିକରେ ଅଭିନୟ କରିଥିଲେ। ସେ ଲୋକପ୍ରିୟ ଧାରାବାହିକ ‘କୁବୁଲ ହେ’, ‘ଲୌଟ ଆୟୋ ତ୍ରିଶା’ରେ ଅଭିନୟ କରିଥିଲେ। ଏହାଛଡା ଶିଶୁ କଳାକାର ହର୍ଷଲୀ ବଲିଉଡ ଅଭିନେତ୍ରୀ କରୀନା କପୁର, କ୍ରିତି ସନନ୍‍ଙ୍କ ସହ ବିଜ୍ଞାପନରେ ନଜର ଆସିଛନ୍ତି। ହର୍ଷଲୀ ‘ବଜରଙ୍ଗୀ ଭାଇଜାନ’ ଚଳଚ୍ଚିତ୍ର ପାଇଁ ୫୦୦୦ ଶିଶୁ କଳାକାରଙ୍କ ସହିତ ଅଡିସନ ଦେଇଥିଲେ।
ତେବେ ହର୍ଷଲୀ ଅଡିସନ ଦେବା ସମୟରେ ଏହି ଚଳଚ୍ଚିତ୍ରରେ ଅଭିନେତା ସଲମନ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଜାଣିନଥିଲେ ବୋଲି ହର୍ଷଲୀଙ୍କ ମା’ କାଜଲ କହିଥିଲେ। ‘ବଜରଙ୍ଗୀ ଭାଇଜାନ’ର ଏହି ଭୂମିକାକୁ ନେଇ ହର୍ଷଲୀ ବିଭିନ୍ନ ପୁରସ୍କାର ଜିତିଛନ୍ତି। ଶିଶୁ କଳାକାର ହର୍ଷଲୀ ନିଜର ଆଗାମୀ ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଚଳଚ୍ଚିତ୍ରରେ ସେ ଅଭିନେତା ଅର୍ଜୁନ ରାମପାଲ ସହ କାମକରିବେ।

Leave A Reply