www.samajalive.in
Monday, December 15, 2025
24.1 C
Bhubaneswar

ଗ୍ୟାଙ୍ଗଷ୍ଟାରରୁ ରାଜନେତା ସାଜିଥିବା ମୁଖତାର ଆନସାରୀଙ୍କ ମୃତ୍ୟୁ; ୟୁପିରେ ୧୪୪ ଧାରା

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଆନସାରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ମୁଖତାରଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ ନିୟୋଜିତ ହେବା ସହିତ ୧୪୪ ଧାରା ଜାରି ହୋଇଛି । ଗୁରୁବାର ବାନ୍ଦା ଜେଲରେ ଥିବାବେଳେ ହୃଦଘାତ ହେବା ପରେ ମୁଖତାରଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୟୁପିର ମଉ ଆସନରୁ ସେ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମିଥ୍ୟା ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମାମଲାରେ ଗତ ୧୩ରେ ଅନସାରୀଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ମୁଖତାରଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପୁଅ ଉମର ଅନସାରୀ ।

ରମଜାନ ଚାଲିଥିବାରୁ ଜେଲରେ ଥାଇ ମଧ୍ୟ ମୁଖତାର ଉପବାସ କରିଥିଲେ । ଦିନ ତମାମ ଉପବାସ କରିବା ବେଳେ ସନ୍ଧ୍ୟାରେ ଏହାକୁ ଭଙ୍ଗ କରିଥିଲେ ମୁଖତାର । କିନ୍ତୁ ହଠାତ ତାଙ୍କୁ ହୃଦଘାତ ହେବାରୁ ଅଧିକାରୀ ମାନେ ତାଙ୍କୁ ବାନ୍ଦା ମେଡିକାଲରେ ଭର୍ତ୍ତି କରାଇଥିଲେ । ୬୩ବର୍ଷୀୟ ମୁଖତାର ୫ଥର ବିଧାୟକ ରହିଥିଲେ । ତାଙ୍କ ବିରୋଧରେ ୬୦ରୁ ଅଧିକ ଅପରାଧିକ ମାମଲା ବିଚାରଧୀନ ଥିଲା । ସେପ୍ଟେମ୍ବର ୨୦୨୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଠଟି ମାମଲାରେ ମୁଖତାର ଅନସାରୀଙ୍କୁ ଉତ୍ତରପ୍ରଦେଶର ବିଭିନ୍ନ କୋର୍ଟ ଦଣ୍ଡିତ କରିଥିଲେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories