www.samajalive.in
Wednesday, December 10, 2025
17.1 C
Bhubaneswar

ବୃଦ୍ଧଙ୍କ ସନ୍ଦେହ ଜନକ ମୃତ୍ୟୁ

ମୁଖିଗୁଡ଼ା : ଜୟପାଟଣା ଥାନା ଅନ୍ତର୍ଗତ କୁହୁରୀଗୁମା ଗ୍ରାମର ରୁପଧର ମାଝୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ କୁହୁରୀଗୁମା ଗ୍ରାମର ରୂପଧର ମାଝୀ ଗାଇ ଚରାଇ ପରିବାର ପ୍ରତିପୋଷଣ କରୁଥିଲେ। ଶନିବାର ଉପବାସ ରଖି ଇନ୍ଦ୍ରାବତୀ ପାୱାର ଚ୍ୟାନେଲ ରାଣୀବାହାଲ ନିକଟରେ ଗାଇଚରାଇବା ସମୟରେ ପୁଅକୁ କିଛି ଖାଇବା ଆଣିବାକୁ କହିଥିଲେ। ପୁଅ ଖାଇବା ଧରି ପହଞ୍ଚିବା ବେଳକୁ ସେ ଉକ୍ତ ସ୍ଥାନରେ ନଥିଲେ। ତାଙ୍କୁ କେନାଲରେ ଭାସି ଯାଇଥିବା ସନ୍ଦେହ କରି ଖୋଜା ଖୋଜି କରାଯାଇଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳିନଥିଲା। ରବିବାର ଅପରାହ୍ନ ୪ଟା ବେଳେ ରାଣୀବାହାଲ ଗୋଜିଆପଡ଼ା ମଝି ମାରୁ ଶବରଙ୍କ ଜମି ନିକଟ ବୁଦା ମଧ୍ୟରେ ରୁପଧରଙ୍କ ମୃତଦେହ ମିଳିଥିଲା। ରୁପଧରର ଶରୀରରେ ଆଘାତ ଥିବାରୁ ତାଙ୍କୁ ମାରି ଦିଆଯାଇଥିବା ସନ୍ଦେହ କରାଯାଉଛି। ଜୟପାଟଣା ଥାନାଧିକାରୀ ସୁଶାନ୍ତ ସାହୁ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories